ପାଣିରେ ଅଟକି ରହିଛି ଟ୍ରେନ୍‌

0
104

ରାୟଗଡ଼ା: ଲଘୁଚାପ ବର୍ଷାର ପ୍ରଭାବ ଟ୍ରେନ୍‌ ସେବା ଉପରେ ମଧ୍ୟ ପଡ଼ିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ମାଟି ଅତଡ଼ା ଖସିବାରୁ ଟ୍ରେନ୍ ସେବା ବ୍ୟାହତ ହୋଇଛି।

ରାୟଗଡ଼ା-କୋରାପୁଟ ଓ ରାଉଳି-ଲେଲିଗୁମା ମଧ୍ୟରେ ମାଟି ଅତଡ଼ା ଖସିବାରୁ ଭାଲୁମାସ୍କା ଷ୍ଟେସନ୍‌ରେ ହୀରାଖଣ୍ଡ ଏକ୍ସପ୍ରେସ୍ ଅଟକି ରହିଛି। ସେହିପରି ଟିକିରି ଷ୍ଟେସନ୍‌ରେ କୋରାପୁଟ-ବିଶାଖାପାଟଣା DMU ଅଟକି ରହିଛି।

ସେପଟେ ପ୍ରବଳ ବର୍ଷା ଯୋଗୁ ନାଗାବଳୀ ଓ ବଂଶଧାରା ଫୁଲିବାରେ ଲାଗିଛି। ଗୁଣପୁରଠାରେ ବଂଶଧାରା ନଦୀ ବିପଦ ସଙ୍କେତର ନିକଟତର ହେଉଛି।

LEAVE A REPLY

Please enter your comment!
Please enter your name here