ଗୋମାଂସ ଖାଇବା ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେବ।ରୁ ଗୋଡେଇ ତୋଡୋଇ ମ।ରିଲେ ସ୍ବାମୀ ଅଗ୍ନିବେଶଙ୍କୁ

0
144

ଝାଡ଼ଖଣ୍ଡ: ସ୍ୱାମୀ ଅଗ୍ନିବେଶଙ୍କୁ ଝାଡ଼ଖଣ୍ଡ ପାକୁଡ଼ରେ ଆକ୍ରମଣ ହୋଇଛି । ତାଙ୍କ ଗସ୍ତକୁ ବିରୋଧ କରି ସ୍ଥାନୀୟ ବିଜେପି ଯୁବ ମୋର୍ଚ୍ଚା ନେତା ଓ କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ । ଅଗ୍ନିବେଶଙ୍କୁ ଫେରିଯିବା ପାଇଁ ସ୍ଲୋଗାନ ଦେଇଥିଲେ । ଅଗ୍ନିବେଶ ସେଠାରେ ସମ୍ମିଳନୀରେ ଯୋଗଦେଇ ଗୋମାଂସ ଖାଇବା ସଂପର୍କରେ ବିବାଦୀୟ ମନ୍ତବ୍ୟ ରଖିଥିଲେ । ଯାହାକୁ ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇଥିଲା । କାର୍ଯ୍ୟକ୍ରମ ପରେ ତାଙ୍କୁ ସେଠାରେ କଳାପତାକା ପ୍ରଦର୍ଶନ ସହ ଅଟକାଯାଇ ମାଡ଼ ଦିଆଯାଇଥିଲା । ତାଙ୍କୁ ତଳେ ପକାଇ ବିଧା, ଗୋଇଠା ମାରିଥିଲେ । ଲୋକଙ୍କ ଆକ୍ରମଣର ଅଗ୍ନିବେଶ ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗ୍ନିବେଶ ଜଣେ ପ୍ରତିଷ୍ଠିତ ସମାଜସେବୀ । ଏଣୁ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିଭିନ୍ନ ସ୍ତରରେ ନିନ୍ଦା କରାଯାଇଛି ।

LEAVE A REPLY

Please enter your comment!
Please enter your name here