ଜିତୁଛୁ, ଆଗକୁ ବି ଜିତିବୁ : ସୂର୍ଯ୍ୟ ପାତ୍ର

0
175

ଭୁବନେଶ୍ୱର : ଆମର ଦଳ ଗୋଟିଏ ନେତା ଜଣେ ନବୀନ ପଟ୍ଟନାୟକ  । ରାଜ୍ୟର ବିକାଶ ହେଉଛି ଆମର ମୂଳମନ୍ତ୍ର  । ୧୭ ବର୍ଷ ହେଲା ଆମେ ଜିତୁଛୁ, ଆଗକୁ ବି ଆମେ ଜିତିବୁ  । ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଏଭଳି କଡ଼ା ଜବାବ ଦେଇଛନ୍ତି ବରିଷ୍ଠ ବିଜେଡ଼ି ନେତା ସୂର୍ଯ୍ୟ ନାରାୟଣ ପାତ୍ର  ।
ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତବ୍ୟ ଦେଇଥିଲେଯେ ରାଜ୍ୟରେ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି  । ବିଜେଡ଼ି ଦଳରେ ଅନ୍ତଃକନ୍ଦଳ ଜୋର ଧରିଛି  । ରାଜ୍ୟରେ ସାମ୍ବିଧାନିକ ସଂକଟ ଦେଖାଦେଇଛି  । ଲୋକେ ପରିବର୍ତନକୁ ଚ।ହିଁ ବସିଛନ୍ତି ।

ଏହାର ଉତ୍ତରରେ ସୂର୍ଯ୍ୟ ନ।ର।ୟଣ ପାତ୍ର କହିଲେଯେ, ଧର୍ମେନ୍ଦ୍ର କ’ଣ କହିଲେ ସେ ଜାଣିଥିବେ  । ବିଜେପି ଦଶ ଭାଗ ହୋଇଛି  । ସେମାନେ ଆମକୁ କ’ଣ କହିବେ  ।  ଆମର ଜଣେ ନେତା ନବୀନ  । ବିକାଶ ହେଉଛି ଆମର ମୂଳମନ୍ତ୍ର  । ସତର ବର୍ଷ ହେଲା ଜିତି ଆସିଛୁ । ଆଗକୁ ମଧ୍ୟ ବିଜେଡ଼ି ଜିତିବ ବୋଲି ସୂର୍ଯ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here