ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀଙ୍କର ୫୪ ବର୍ଷ ବୟସରେ ପରଲୋକ ।

0
190

ଦୁବାଇ: ଖବର ଦୁବାଇରୁ ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀଙ୍କର ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି । ଶ୍ରୀଦେବୀଙ୍କ ସମ୍ପର୍କୀୟ ସଂଜୟ କାପୁର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସ୍ୱାମୀ ବୋନି କାପୁର ଓ ଝିଅ ଖୁସିଙ୍କ ସହ ସେ ଏକ ବିବାହ ଭୋଜିରେ ଯୋଗ ଦେବା ଲାଗି ୟୁଏଇ ଯାଇଥିଲେ ।ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ମୁତାବକ ଶନିବାର ରାତିରେ ହଠାତ ତାଙ୍କ ଛାତିରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ତୁରନ୍ତ ଚିକିତ୍ସା ପ।ଇଁ ନିକଟରେ ଥିବା ଏକ ହସିପିଟାଲରେ ଭର୍ତି କର।ଯ।ଇଥିଲ। । ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ଶ୍ରୀଦେବୀଙ୍କୁ ୫୪ବର୍ଷ ବୟସ ହୋଇଥିଲା । ରାତି ପ୍ରାୟ ୧୧ରୁ ସାଢ଼େ ୧୧ ଭିତରେ ତାଙ୍କର ମୃତ୍ୟୁ ହୋଇଥିବା ସଂଜୟ କହିଛନ୍ତି । ଶ୍ରୀ ଆମ୍ମା ୟାଙ୍ଗର ଆୟପ୍ପାନ ନାମରେ ପରିଚିତ ଏହି ଅଭିନେତ୍ରୀ ଫିଲ୍ମ ଜଗତରେ ଶ୍ରୀଦେବୀ ନାମରେ ପ୍ରସିଦ୍ଧ ଥିଲେ । ୧୩ ଅଗଷ୍ଟ ୧୯୬୩ରେ ସେ ତାମିଲନାଡୁରେ ଜନ୍ଳ ଗ୍ରହଣ କରିଥିଲେ । ହିନ୍ଦୀ ଫିଲ୍ମରେ ଅଭିନୟ ଆରମ୍ଭ କରିବା ପୂର୍ବରୁ ସେ ତାମିଲ,ତେଲୁଗୁ,ମାଲୟାଲମ ଏବଂ କନ୍ନଡ ଫିଲ୍ମରେ ଅଭିନୟ କରିଥିଲେ ।

୧୯୭୫ରେ ‘ଜୁଲି’ ଫିଲ୍ମରେ ଏକ ଶିଶୁ କଳାକାର ଭାବେ ସେ ବଳିଉଡରେ ପାଦ ଦେଇ ଥିଲେ । ୧୯୭୬ରେ ମାତ୍ର ୧୩ ବର୍ଷ ବୟସରେ ସେ ତାମିଲ ଫିଲ୍ମ ‘ମୁନ୍ଦାରୁ ମୁଦିଚୁ’ରେ ନାୟିକା ଭାବେ ଅଭିନୟ କରିଥିଲେ । ୧୯୭୯ରେ ’ଶୋଲୱା ସାଲ’ ମାଧ୍ୟମରେ ସେ ହିନ୍ଦୀ ଫିଲ୍ମରେ ନାୟିକା ଭାବେ ପାଦ ଥାପି ଥିଲେ। ଅଶୀ ଦଶକକୁ ଶ୍ରୀଦେବୀଙ୍କ ଦଶକ କୁହାଯାଉଥିଲା। ତାଙ୍କୁ ହିନ୍ଦୀ ଫିଲ୍ମର  ପ୍ରଥମ ଫିମେଲ ସୁପରଷ୍ଟାର ମଧ୍ୟ କୁହାଯାଉଥିଲା।

ଜିତେନ୍ଦ୍ରଙ୍କ ସହିତ ତାଙ୍କର ଗୋଟିଏ ପରେ ଗୋଟିଏ, ଫିଲ୍ମ ହିମ୍ମତୱାଲା, ତୋଫା, ଜଷ୍ଟିସ ଚୌଧୁରୀ,ମୱାଲୀ ଆଦି ସୁପର ହିଟ ହୋଇଥିଲା। 

ଶ୍ରୀଦେବୀଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ ମଧ୍ୟରେ ରହିଛି ସଦମା,ଚାନ୍ଦିନୀ, ହିମ୍ମତୱାଲା, ଚାଲବାଜ୍, ମିଷ୍ଟର ଇଣ୍ଡିଆ, ନାଗିନ,ଗୁମରାହ ଇତ୍ୟାଦି । ସେହିପରି ୧୯୯୭ରେ ‘ଜୁଦାଇ’ରେ କାମ କରିବାର ୧୫ ବର୍ଷ ଧରି ସେ ବିଶ୍ରାମ ନେଇଥିଲେ । ୨୦୧୩ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

୨୦୧୨ରେ ସେ ’ଇଂଲିସ ଭିଂଲିସ’ ଫିଳ୍ମରେ ପୁଣିଥରେ ନଜରକୁ ଆସିଥିଲେ ଶ୍ରୀଦେବୀ । ୨୦୧୭ରେ ତାଙ୍କର ଶେଷ ଚଳଚିତ୍ର ଥିଲା ’ମମ୍’ । ଯେଉଁଥିରେ ଶ୍ରୀଦେବୀଙ୍କ ଅଭିନୟ ଆଉ ଏକ ନିଆରା ପରିଚୟ ସୃଷ୍ଟି କରି ପାରିଥିଲା । ଏହା ଥିଲା ତାଙ୍କର ୩୦୦ ତମ ଚଳଚ୍ଚିତ୍ର ତ।ଙ୍କର ଅଭିନୟ ଯ।ଦୁରେ ଅଶି ଦଶକରେ ଦର୍ଶକଙ୍କୁ ବ।ନ୍ଧି ରଖି ପ।ରିଥିଲେ । ଚଳଚିତ୍ର ଜଗତରେ ସେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଚଳଚ୍ଚିତ୍ର ଜଗତରେ ଶେକର ଛାୟା ଖେଳି ଯାଇଛି। 

LEAVE A REPLY

Please enter your comment!
Please enter your name here