ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: କୁପଓ୍ବାରାରେ ସ୍ନାଇପର ଆଟାକ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାରେ ମଙ୍ଗଳବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଉତ୍ତର କଶ୍ମୀର ତଙ୍ଗଧାର ସେକ୍ଟର ଅନୀଲ ପୋଷ୍ଟଠାରେ ପାକିସ୍ତାନୀ ସୈନ୍ୟ ସ୍ନାଇପର ଆଟାକ୍‌ କରିଛନ୍ତି। ଏଥିରେ ଜଣେ ଭାରତୀୟ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାରୁ ଉତ୍ତେଜନା ପ୍ରକାଶ ପାଉଛି। ଚଳିତ ବର୍ଷ ଜୁଲାଇ ୨୩ ସୁଦ୍ଧା ପାକିସ୍ତାନ ୯୪୨ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଭାରତୀୟ ପ୍ରତିରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି। ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ୨୦୧୫ରେ ୧୫୨ ଥର, ୨୦୧୬ରେ ୨୨୮, ୨୦୧୭ରେ ୮୬୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଉଦ୍ଦେଶ୍ୟ ନେଇ ଏହା କରାଯାଉଥିବା କୁହାଯାଉଛି

LEAVE A REPLY

Please enter your comment!
Please enter your name here

Xanax Canada Online

Xanax Uk Order

http://bisnisbajumu.com/tag/gamis-jeans-tanah-abang

http://boldmarketing.com/listing/89405-jack-pine-road-cornucopia-wi/

http://grosirrumahan.com/tag/grosir-kaos-karakter-anak-murah

Can I Buy Generic Xanax Online

Cheapest Alprazolam