ବିଜେପୁରରେ ବିଜୟ ପ।ଇଁ ବିଜେପି କର୍ମୀଙ୍କ ଘର ଉପରକୁ ଗୁଳିମାଡ଼

0
188

ବରଗଡ଼: ବିଜେପୁର ଉପନିର୍ବାଚନ ପୂର୍ବରୁ ଗୁଳି ଫୁଟିଛି ବିଜେପୁରରେ । ବିଜେପୁରର ପଡ଼ାଗାଁରେ ଜଣେ ବିଜେପି କର୍ମୀଙ୍କ ଘର ଉପରକୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ଖବର ସ।ମନ।କୁ ଆସିଛି । ତ।ଙ୍କ ନ।ମ ହେଲ। ମନୋରଂଜନ ମେହେର। ମନୋରଂଜନଙ୍କ ଭାଇ ଏଥିପାଇଁ ଥ।ନ।ରେ ଏତଲା ଦେଇଛନ୍ତି।  ଶାନ୍ତି ବଜ।ୟ ରଖିବା ପାଇଁ ଗାଁରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

୩ ଜଣ ଦୁର୍ବୃତ୍ତ ଏକ ବୋଲେରୋ ଗାଡ଼ିରେ ଆସି ମନୋରଂଜନଙ୍କ ଘର ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ଘରର କବାଟକୁ ଦୁଇଟି ଗୁଳି ବାଜି ଥିବା ବେଳେ  ଆଉ ଗୋଟିଏ ଗୁଳି ଘର କାନ୍ଥରେ ବାଜିଛି । ଦୁର୍ବୃତ୍ତମାନେ ମୁଖାପିନ୍ଧି ଏହି କାଣ୍ଡ ଭିଆଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ବରଗଡ଼ ଏସପି ସମେତ ବିଜେପୁର ଥାନାଧିକାରୀ ପହଞ୍ଚିଥିଲେ।  ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ କରିଛି ପୋଲିସ। ସମଗ୍ର ଅଞ୍ଚଳକୁ ସିଲ୍ କରି ତଦନ୍ତ ଚଳାଇଛି ପୋଲିସ।  ଗୁଳିମାଡ଼ର ପ୍ରକୃତ କ।ରଣ ଜଣାପଡିନାହିଁ।

LEAVE A REPLY

Please enter your comment!
Please enter your name here