ତେଜସ୍ବୀଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟକା

http://naturesown.co.za/product/calm-spirit-50ml/?add-to-cart=21517 ନୂଆଦିଲ୍ଲୀ: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାବଦଙ୍କୁ ସୁପ୍ରିମ୍‌କୋର୍ଟରେ ମିଳିଛି ଝଟକା। ଉପମୁଖ୍ୟମନ୍ତ୍ରୀ ବଙ୍ଗଳା ଛାଡିବା ମାମଲାରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ତେଜସ୍ବୀଙ୍କୁ ବଙ୍ଗଳା ଛାଡିବାକୁ ନିର୍ଦ୍ଦେଶ ଦେବା ସହିତ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ କରିଛନ୍ତି। ପୂର୍ବରୁ ପାଟନା ହାଇକୋର୍ଟ ତେଜସ୍ବୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ସକାଶେ ଉଦ୍ଦିଷ୍ଟ ବଙ୍ଗଳା ଖାଲି କରିବା ପାଇଁ ନିର୍ଦେଶ ଦେଇଥିଲେ। ମାତ୍ର ତେଜସ୍ବୀ ହାଇକୋର୍ଟଙ୍କ ରାୟକୁ ଗ୍ରହଣ ନ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।୨୦୧୫ରେ ନୀତିଶ କୁମାରଙ୍କ ଜେଡି (ୟୁ) ଓ ଆରଜେଡି ମିଳିତ ସରକାର ଗଠନ ହେବା ପରେ ତେଜସ୍ବୀ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସମୟରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଷ୍ଟାଟସ୍‌ର ବଙ୍ଗଳା ପ୍ରଦାନ କରାଯାଇଥିଲା। ଏହାପରେ ମିଳିତ ସରକାର ଭାଙ୍ଗିବା ଓ ନୀତିଶ ବିଜେପି ସହଯୋଗରେ ସରକାର ଗଠନ କରିଥିଲେ ବି ତେଜସ୍ବୀ ଅଦ୍ୟାବଧି ଏହି ବଙ୍ଗଳା ଛାଡ଼ିନାହାନ୍ତି। ନିୟମ ଅନୁସାରେ ଏହି ବଙ୍ଗଳାଟି ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ମିଳିବା ଉଚିତ। ତେଣୁ ସୁପ୍ରିମକୋର୍ଟ ତେଜସ୍ବୀଙ୍କ ଆବେଦନକୁ ଖାରଜ କରି ତାଙ୍କୁ ବିରୋଧୀଦଳ ନେତା ଭାବେ ମିଳିବାକୁ ଥିବା ବଙ୍ଗଳା ନେଇ ଉପମୁଖ୍ୟମନ୍ତ୍ରୀ ଭାବେ ପାଇଥିବା ବଙ୍ଗଳା ଛାଡ଼ିବା ପାଇଁ ଶୀର୍ଷ କୋର୍ଟ ନିର୍ଦେଶ ଦେଇଛନ୍ତି।

Order Alprazolam