ଶରତ ରାଉତ ହେଲେ ଏଆଇସିସି ସମ୍ପାଦକ

0
147

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶରତ ରାଉତଙ୍କୁ ରାହୁଲ ଗାନ୍ଧୀ ଏଆଇସିସି ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି  । ତାଙ୍କୁ ପଶ୍ଚିମବଙ୍ଗ ଦାୟିତ୍ୱ ପ୍ରଦାନ କରାଯାଇଛି  । ଏଆଇସିସି ପକ୍ଷରୁ ଶରତଙ୍କ ବ୍ୟତିରେକ ସକିଲ ଅହମ୍ମଦ ଖାନ, ରାଜେଶ ଧମାନୀ, ବିପି ସିଂହ, ମହମ୍ମଦ ଜୱାଏଦ, ଅଳ୍ପେଶ ଠାକୁର, ଚାଲ ବଂଶୀ ଚାନ୍ଦ ରେଡ୍ଡୀ ଓ ବିଏମ ସନ୍ଦୀପଙ୍କୁ ମଧ୍ୟ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି  । ଏହି ସବୁ ନେତାମାନଙ୍କୁ ଜାମ୍ମୁକାଶ୍ମୀର, ଉତରାଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ମହାରାଷ୍ଟ୍ର ଭଳି ରାଜ୍ୟର ଦାୟିତ୍ୱ ଦିଆଯାଇଛି  ।

ଶ୍ରୀ ରାଉତ ଦୁଇ ଥର ସୁକିନ୍ଦାରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି  । ୧୯୮୦ ଓ ୧୯୮୫ରେ ସେ ସୁକିନ୍ଦାରୁ ଦୁଇଥର ବିଜୟୀ ହୋଇଥିଲେ ମଧ୍ୟ ପରବର୍ତୀ ସମୟରେ ପରାଜୟ ସ୍ୱୀକାର କରି ଆସୁଛନ୍ତି  । ଜାନକୀ ପଟ୍ଟନାୟକଙ୍କ ସରକାରରେ ଶ୍ରୀ ରାଉତ ସୂଚନା ଓ ଲୋକସମ୍ପର୍କ, ଯୋଜନା ଓ ସମନ୍ୱୟ ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଥିଲେ  ।

LEAVE A REPLY

Please enter your comment!
Please enter your name here