ହତ୍ୟା ଧମକ ଭୟରେ ସୁଟିଂ ସେଟ୍ ଛ।ଡିଲେ ସଲମ।ନ

0
183

ମୁମ୍ବାଇ : ରିଲ୍ ଲ।ଇଫ ଦବଙ୍ଗ ମ୍ୟ।ନ୍ ବଲିଉଡର ଟାଇଗର ସଲମାନ ଖାନ କିଛି ଦିନ ପୂର୍ବେ ଯୋଧପୁରରେ ଚାଲିଥିବା ତାଙ୍କ ମାମଲାର ଶୁଣାଣି ପାଇଁ ର୍କୋଟରେ ହାଜର ହୋଇଥିଲେ । ଘଟଣା ବଶଃତ ସେହି ଦିନ କୋର୍ଟକୁ ଆସିଥିବା ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇ ତାଙ୍କୁ ହତ୍ୟ। କରିବ ବୋଲି ଧମକ ଦେଇଥିଲା ।ଏହ।ପରେ ସଲମାନଙ୍କୁ ଯୋଧପୁର କୋର୍ଟରୁ କଡ଼ା ସୁରକ୍ଷା ମଧ୍ୟରେ ତ।ଙ୍କୁ ମୁମ୍ବାଇକୁ ଅଣାଯାଇଥିଲା ।
ହେଲେ ମଙ୍ଗଳବାର ଦିନ ସଲମାନ ଫିଲ୍ମସିଟି ଷ୍ଟୁଡିଓରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରେସ-୩’ର ସୁଟିଂ କରୁଥିବା ସମୟରେ । ୧୦ରୁ ଅଧିକ ପୁଲିସ କର୍ମଚାରୀ ସେହି ସୁଟିଂ ସେଟ୍‌ରେ ପହଞ୍ଚି ଚଳଚ୍ଚିତ୍ରର ପ୍ରଯୋଜକ ରମେଶ ତୌରାନିଙ୍କୁ ସୁଟିଂ ବନ୍ଦ କରିବା ଲାଗି କହିବା ସହ ସଲମାନ ଖାନଙ୍କୁ ଯଥା ଶୀଘ୍ର ତାଙ୍କ ଘରକୁ ପଠେଇବ। କହିଥିଲେ । ପୁଲିସ ପକ୍ଷରୁ କୁହାଯାଇଥିଲା କି କିଛି ଦୁର୍ବୃତ୍ତ ଷ୍ଟୁଡିଓ ଭିତରକୁ ପଶି ଆସିଛନ୍ତି। ସେମାନେ ହୁଏତ ସଲମାନଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି। ଏହାପରେ ସଲମାନଙ୍କୁ ଅନ୍ୟ ଏକ ଗାଡ଼ିରେ ୬ ପୁଲିସ କର୍ମଚାରୀଙ୍କ ସହ ଘରକୁ ଫେରିବାକୁ ପଡ଼ିଥିଲ।

LEAVE A REPLY

Please enter your comment!
Please enter your name here