ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଭିତରେ ଏ ମନୋମ।ଳିନ୍ୟ କ।ହିଁ କି ।

0
128

ଭୁବନେଶ୍ୱର: କେନ୍ଦ୍ରରେ ବିଜେପି ସରକାରର ପ।ଞ୍ଚ ବର୍ଷ ପୁରଣ ହେବ।କୁ ଯ।ଉଥିବ। ବେଳେ ସ।ଧ।ରଣ ଲୋକଟିଏ ହଉବ। ସେହି ବର୍ଗର ମତଦ।ତ। ହତାଶ ହୋଇଛି । ତତ୍ ସହିତ ବିଜେପି ରାଜ୍ୟର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ହତାଶ କରିଛି। ଯ।ହ। ଫଳରେ ରାଜ୍ୟ ରେ ସ।ଧ।ରଣ ବର୍ଗର ମତଦାତାଙ୍କ ସମେତ ସଂଘ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ପ୍ରତି ନିର୍ଭରଶିଳତ। ହରାଇବ।ରେ ଲ।ଗିଛନ୍ତି ।

ପୂର୍ବ ନିର୍ବାଚନରେ ବିଜେପିକୁ କ୍ଷମତାକୁ ଆଣିଥିବା ଆରଏସଏସର ଆଶାକୁ ପୂରଣ କରିବାରେ ସରକାର ବିଫଳ ହୋଇଛି। ଜମ୍ମୁ-କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ, ସମାନ ଆଚାର ସଂହିତା, ରାମ ମନ୍ଦିର ନିର୍ମାଣ ଓ ଆର୍ଥିକ ନୀତି ଉପରେ ସଂଘ ଇତି ମଧ୍ୟରେ ବିଜେପିକୁ ସମାଲୋଚିତ କରିବାରେ ଲାଗିଛି। କାରଣ ସଂଘର ସହଯୋଗ ଯୋଗୁଁ ବିଜେପି କେନ୍ଦ୍ର ସମେତ ଜମ୍ମୁ-କାଶ୍ମୀର ଓ ଉତ୍ତର-ପୂର୍ବାଞ୍ଚଳରେ କ୍ଷମତାକୁ ଆସି ସରକାର ଗଠନ କରିଛି।

ଆରଏସଏସ-ବିଜେପି ମଧ୍ୟରେ ଦେଖାଦେଇଥିବା ମତଭେଦ ଏବେ ବଢିବାରେ ଲାଗିଛି। ୨୦୧୪ରେ ବିଜେପିି ବିକାଶ କଥା କହି କ୍ଷମତାକୁ ଆସିଛି। ବିଜେପି ଶାସନରେ ଦେଶର ବିକାଶ ସହିତ ହିନ୍ଦୁତ୍ୱର ସୁରକ୍ଷା ଦେଇପ।ରିବ ବୋଲି ଆରଏସଏସ ଚିନ୍ତା କରିଥିଲା। ଆଦିବାସୀ ଅଞ୍ଚଳରେ ଖ୍ରୀଷ୍ଟିଆନ ମିଶିନାରୀମାନେ ସେବା ବଦଳରେ ଧର୍ମାନ୍ତରୀକରଣ କରୁଥିବା ଆରଏସଏସ ଅଭିଯୋଗ କରୁଛି। ରାଜ୍ୟ ସରକାରମାନେ ଉଚ୍ଚମାନର ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ବ୍ୟବସ୍ଥା ଯୋଗାଇ ଦେବାରେ ବିଫଳ ହେଉଛନ୍ତି। ଏହାର ସୁଯୋଗ ନେଇ ମିଶିନାରୀମାନେ ଧର୍ମାନ୍ତରୀକରଣ କରୁଛନ୍ତି। ମିଶିନାରୀମାନେ ଉଚ୍ଚମାନର ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନା ଦେଶର ବିଭିନ୍ନ ଅଞ୍ଚଳରେ ଖୋଲି ସେବା ଯୋଗାଇବା ସହିତ ଗରିବ ଲୋକମାନଙ୍କୁ ସେମାନଙ୍କ ଧର୍ମ ପ୍ରତି ଆକୃଷ୍ଟ କରୁଛନ୍ତି।

ଏଭଳି ଧର୍ମାନ୍ତରୀକରଣକୁ ରୋକିବା ପାଇଁ ବିଜେପି ସରକାର କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ଆରଏସଏସ ଅନୁଭବ କରିଛି। ଏପରି ବିକାଶ ଛୁଇଁନଥିବା ଅଞ୍ଚଳର ଉନ୍ନତି ଦିଗରେ ସରକାରଙ୍କ ପଦକ୍ଷେପ ଆଶନୁରୂପ ହୋଇପାରିନାହିଁ। ବନାଞ୍ଚଳରେ ବନବାସୀମାନଙ୍କର ଉନ୍ନତି ପାଇଁ ଆରଏସଏସର ସେବା ଭାରତୀ କାମ କରୁଥିବାବେଳେ ଶିକ୍ଷାର ଉନ୍ନତି ପାଇଁ ୧୯୭୭ରୁ ଦେଶରେ ୧୨ହଜାରରୁ ଉର୍ଦ୍ଧ୍ୱ ସରସ୍ୱତୀ ଶିଶୁ/ବିଦ୍ୟାମନ୍ଦିର କାମ କରୁଛି। କିନ୍ତୁ ଏସବୁ ଅନୁଷ୍ଠାନ ମିଶିନାରୀ ସଂଗଠନକୁ ମୁକାବିଲା କରିପାରୁନାହାନ୍ତି।

ସିଏସଆର ଯୋଜନାରେ ମୋଦି ସରକାର ଏସବୁ ଅନୁଷ୍ଠାନକୁ ଆର୍ଥିକ ସହାୟତା କରିବେ ବୋଲି ସଂଘ ଚିନ୍ତା କରିଥିଲେ ହେଁ ସହଯୋଗ ପାଇପାରନାହିଁ। ସିଏସଆର ଅର୍ଥରେ ଦେଶର ପ୍ରତ୍ୟେକ ଦିଲ୍ଲାରେ ଆରଏସଏସ ଚିନ୍ତାଧାରାରେ ମଡେଲ ସ୍କୁଲ ଓ ଡାକ୍ତରଖାନା ପ୍ରତିଷ୍ଠା କରିବାକୁ ସ୍ଥିର ହୋଇଥିଲା। ଏଥିପାଇଁ ସଂଘ ନିଜ ଯୋଜନା ମୁତାବକ ୱିପ୍ରୋ ଅଧ୍ୟକ୍ଷ ଅଜିଜ୍‌ ପ୍ରେମଜୀଙ୍କୁ ୨୦୧୫ରେ ଏନଜିଓ ସମାବେଶରେ ସାମିଲ କରିଥିବାବେଳେ ନିକଟରେ ସାମାଜିକ କାମ ପାଇଁ ମୋହନ ଭାଗବତ ଟାଟା ଅଧ୍ୟକ୍ଷ ରତନ ଟାଟାଙ୍କ ସହିତ ଆଲୋଚନା କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ଏହି ଆଲୋଚନା ପରେ କୌଣସି ସୁଫଳ ମିଳିପାରିନାହିଁ।

ଏସବୁ କ୍ଷେତ୍ରରେ ବିଜେପି ସରକାରଙ୍କଠାରୁ ସହାୟତା ମିଳିବ ବୋଲି ଆରଏସଏସ ଆଶା ରଖିଥିଲା। ହେଲେ ବିଜେପିଠାରୁ ଆରଏସଏସ କୌଣସି ସହ।ଯ୍ୟ ପ।ଇପ।ରିଲ। ନ।ହିଁ ।ଏ ତେ ମତଭେଦ ଥିବା ସତ୍ତ୍ବେବି ଆଗାମୀ ନିର୍ବାଚନରେ ଆରଏସଏସ ବିଜେପିର ବିଜୟ ପାଇଁ ଭିତରେ ଭିତରେ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here