ସୁବର୍ଣ୍ଣପୁର:ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

0
145

ସୁବର୍ଣ୍ଣପୁର :(ଶରତ  ମାହାପାତ୍ର )ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସୁବଳୟା ରାଜ୍ୟ ରାଜପଥର ଷଣ୍ଢା ନିକଟରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି ।ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।ଦୁଇଟି ବାଇକ ମୁହାଁ ମୁହିଁ ଧକକା ହେବାରୁ ଘଟଣାସ୍ଥଳରେ ଜଣେ ବାଇକ ଆରୋହୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଗରୁତର ଭାବେ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରିବା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।ଆଜି ସଂଧ୍ୟାରେ ଉଭୟ ପଟୁ ଆସୁଥିବା ବାଇକ ମୁହାଁ ମୁହିଁ ଧକକା ହୋଇଥିଲା ।ଫଳରେ ବାଇକ ଆରୋହିମାନେ ଭୟଙ୍କର ଭାବେ ଆଘାତ ପାଇ ତଳେ ପଡି ଯାଇଥିଲେ ।ବାଇକ ଦୁଇଟି ଘୋଷାଡି ହୋଇ ଦୁର୍ଘଟଣାର ଅଳ୍ପ କିଛି ଦୂରରେ ଯାଇ ପଡିଥିଲା ।ଏହି ସଡକ ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲା ପାଣ୍ଡରି ପଡା ଗାଁର ସୁଦାମ ସେଠୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।ବୀରମହାରାଜପୁରରୁ ଦମକଳବାହିନୀ ଘଟଣାସ୍ଥଳକୁ ପହଂଚି ଗୁରୁତର ଭାବେ ଆହତ ହୋଇଥିବା ବୀରମହାରାଜପୁର ବ୍ଳକ ବାଗବର ଗାଁର ଇଶ୍ବର ମହାକୁରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ପୋଲିସ ଘଟଣାସ୍ଥଳକୁ ପହଂଚି ବାଇକ ଦୁଇଟି ଓ ମୃତକର ଶବ ଜବତ କରି ବ୍ୟବଛେଦ କରିବା ପାଇଁ ବ୍ୟବସ୍ଥା କରୁଛି

LEAVE A REPLY

Please enter your comment!
Please enter your name here