ମୋଦିଙ୍କୁ ଜବାବ ଦେଲେ ର।ହୁଲ

0
266

http://boldmarketing.com/wp-cron.php?doing_wp_cron=1581035945.4328820705413818359375 ନୂଆଦିଲ୍ଲୀ : ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଶେଷ ଦିନ ଥିବା ବେଳେ ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରି ମା’ ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଅପମାନର ପ୍ରତିଶୋଧ ନେଇଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ନାରୀଙ୍କୁ ଅପମାନିତ କରି ପ୍ରଧାନମନ୍ତ୍ରୀ ମୋଦି ଖୁସି ପଆନ୍ତି । ମୋ ମା’ ଦେଶ ପାଇଁ ତ୍ୟାଗ କରିଛନ୍ତି, ବଳିଦାନ ଦେଇଛନ୍ତି, କଷ୍ଠ ସହିଛନ୍ତି । ମହିଳାଙ୍କୁ ଅପମାନିତ କରିବା, ସେମାନଙ୍କ ପ୍ରତି ଅତ୍ୟାଚାର କରିବା ବିଜେପି ଓ ମୋଦିଙ୍କ ପୁରୁଣା ଗୁଣ । ଖାଲି ଭାଷଣରେ ମହିଳାଙ୍କ ସମ୍ମାନ କଥା ସେ କହିବା ଜାଣିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ବିଜେପି ସରକାରର “ବେଟି ପଢାଓ ବେଟି ବଚାଓ’’ ଅଭିଯାନ ଉପରେ ମଧ୍ୟ ଆଲୋକପାତ କରି ରାହୁଲ ଗାନ୍ଧୀ ଉନ୍ନାଓ ଓ କଠୁଆ ଗଣ ଦୁଷ୍କର୍ମ ଘଟଣାରେ ବିଜେପି କର୍ମୀଙ୍କ ସମ୍ପୃକ୍ତି କହିଛନ୍ତି ।