ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ ଘଟଣା : ର।ଜନୈତିକ ଟଣା ଓଟର।

0
73

ଭୁବନେଶ୍ୱର: ପୂରୀ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ କରାଯିବା ଘଟଣାକୁ ନେଇ ବିବାଦ ବଢିବାରେ ଲାଗିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ରାଷ୍ଟ୍ରପତି ଭବନରୁ ଏ ନେଇ କୌଣସି ଚିଠି ଆସିନି ବୋଲି କହିଲା ପରେ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜନୈତିକ ବାଦ ବିବାଦ ଆରମ୍ଭ ହୋଇଯାଇଛି । ମୁଖ୍ୟ ପ୍ରଶାସକ ଚିଠି ଆସିନି ବୋଲି କହୁଛନ୍ତି କିନ୍ତୁ ରାଷ୍ଟ୍ରପତି ଆସିବା ଦିନ ସେମାନଙ୍କୁ ସେବାୟତ ଅସମ୍ମାନ କରିଥିଲେ ବୋଲି ଯେଉଁ ଅଭିଯୋଗ ଉଠୁଛି ସେ ସମ୍ପର୍କରେ କିଛି ସ୍ପଷ୍ଟ କରୁନାହାନ୍ତି । କିନ୍ତୁ ପୂରୀ ଏସ୍ପି ସାର୍ଥକ ଷଡ଼ଙ୍ଗୀ ରଖିଥିବା ମତରୁ ସେ ଦିନ ରଷ୍ଟ୍ରପତି ଦମ୍ପତିଙ୍କୁ ସେବାୟତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାର ସୂଚନା ମିଳୁଛି । କିନ୍ତୁ ଏହାକୁ ଚପାଇ ଦେବା ପାଇଁ ସରକାର ଓ ପ୍ରଶାସନ ଚାହୁଁଛନ୍ତି । ଯେହେତୁ ରାଷ୍ଟ୍ରପତି ଭବନରୁ କୌଣସି ଲିଖିତ ଅଭିଯୋଗ ଆସିନାହିଁ ସେଥିପାଇଁ ଏ ଘଟଣା ଉପରେ ପରଦା ପକାଇବାକୁ ଉଦ୍ୟମ କରାଯାଉଥିବା କୁହାଯାଉଛି । ହେଲେ ବିଜେପି ଏ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି “ବିନା କାରଣରେ ସେବାୟତମାନଙ୍କୁ ଏପରି ବଦନାମ କରିବା ପ୍ରଶାସନର ଏକ ପ୍ରଚେଷ୍ଟା । ଏପରି କରିବା ଉଚିତ ନଥିଲା । ଏହା ଦ୍ୱାରା ଓଡ଼ିଶାର ମଧ୍ୟ ବଦନାମ ହେଉଛି ।”
ବିଜେପି ଉପ ସଭାପତି ସମୀର ମହାନ୍ତି କହିଛନ୍ତି “ଯେଉଁଭଳି ଭାବରେ ବିବାଦ ଘେରରେ ରାଷ୍ଟ୍ରପତି ଭବନକୁ ଛିଡ଼ା କରାଯାଇଛି ସେଥିରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ ।”
ବିଜେଡି ମୁଖପାତ୍ର ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି “ଯେଉଁମାନଙ୍କର ଚିନ୍ତାଧାରା ଅଛି କି ଜଗନ୍ନାଥ ମନ୍ଦିରକୁ ବା ଜଗନ୍ନାଥଙ୍କୁ ନେଇ ରାଜନୀତିକରଣ କରିବା ଏହା ସେମାନଙ୍କର ଚକ୍ରାନ୍ତ ବୋଲି ଜଣାପଡ଼ୁଛି । କଥା ନ ଥାଇ କଥା ହାଟରେ ଦାଣ୍ଡରେ ଗଡ଼ିବା ଦୁର୍ଭାଗ୍ୟ ଜନକ ।”

 

LEAVE A REPLY

Please enter your comment!
Please enter your name here