ସହିଦନଗର ଥାନାରେ ପଶି ପୋଲିସକୁ ମାଡ ମାରିବା ଘଟଣାରେ ଯୁବ ବିଜେଡି ଉପସଭାପତି ନିଲମ୍ବିତ

0
114

ଭୁବନେଶ୍ୱର : ଗତ ୩ତାରିଖ ରାତିରେ ସହିଦନଗର ଥାନାରେ ପଶି ପୋଲିସକୁ ମାଡ ମାରିବା ଓ ଭଙ୍ଗାରୁଜା କରିବା ଅଭିଯୋଗରେ ଆଜି କମିଶନରେଟ ପୋଲିସ ପକ୍ଷରୁ ଗିରଫ ହୋଇିଥିବା ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କୁ ବିଜୁ ଯୁବ ଜନତା ଦଳରୁ ନିଲମ୍ବିତ କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଗତ ୩ତାରିଖ ରାତିରେ ସହିଦନଗର ଥାନାରେ ପଶି ପୋଲିସଙ୍କୁ ମାଡ ମାରିବା ସହ ଥାନାରେ ଲଙ୍କାକାଣ୍ଡ ଘଟାଇଥିଲେ  । ଅଭିଯୁକ୍ତଙ୍କୁ ପୋଲିସ କବଳକୁ ଛଡାଇ ନେବା ଉଦ୍ୟମ କରିବା ସହିତ  ପୋଲିସକୁ ଆକ୍ରମଣ କରିଥିଲେ  । ଏହା ସହିତ ସେ ଓ ତାଙ୍କ ସାଙ୍ଗମାନେ ରାସ୍ତାରେ ଗୋଡାଇ ଗୋଡାଇ ପୋଲିସଙ୍କୁ ଲହୁଲୁାହଣ କରିଥିଲେ । ଗତ ୭ଦିନ ହେଲା ପୋଲିସ ଅଭିଯୋଗରେ ୬ଜଣ ଆସାମୀଙ୍କୁ ଗିରଫ କରିଥିଲେ ମଧ୍ୟ ମୁଖ୍ୟ ଆସାମି ପ୍ରକାଶ ଫେରାର ହୋଇଯାଇଥିଲେ । ଆଜି ତାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here