ପୁଲିସ୍‌-ଓକିଲ ବିବାଦ ମାମଲାରେ ଆଜି ବି ଚାର୍ଜସିଟ୍ ଦାଖଲ କରିପାରିଲା ନାହିଁ କ୍ରାଇମ୍‌ବ୍ରାଞ୍ଚ

0
58

କଟକ:ଆଜି ପୁଣି ଥରେ ପୁଲିସ୍‌-ଓକିଲ ବିବାଦ ମାମଲାରେ ଚାର୍ଜସିଟ୍ ଦାଖଲ କରିପାରିଲା ନାହିଁ କ୍ରାଇମ୍‌ବ୍ରାଞ୍ଚ। ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଉ କିଛି ଦିନର ମହଲତ ମାଗିଥିବା ସୂଚନା ମିଳିଛି । ଏହି ମାମଲାର ଶୁଣାଣି ଆସନ୍ତା ଗୁରୁବାରକୁ ଘୁଞ୍ଚିଲ। । ଗତକାଲି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। କିନ୍ତୁ କ୍ରାଇମ୍‌ବ୍ରାଞ୍ଚ୍ ପକ୍ଷରୁ ଗତକାଲି ଚାର୍ଜସିଟ୍ ଦାଖଲ କରାଯାଇ ପାରିନଥିଲା। ତେଣୁ ଆଜି ସୁଦ୍ଧା ତଦନ୍ତର ଚାର୍ଜସିଟ୍ ଦାଖଲ ପାଇଁ ହାଇକୋର୍ଟ କ୍ରାଇମ୍‌ବ୍ରାଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପଟେ ଏହି ମାମଲାରେ କୌଣସି ସମାଧାନ ହୋଇ ନ ପାରିବାରୁ ଆସନ୍ତାକାଲି ଯାଏ ହାଇକୋର୍ଟ ବାର୍‌ ଆସୋସିଏସନ୍ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା ଜଣ। ପଡିଛି ।

LEAVE A REPLY

Please enter your comment!
Please enter your name here