ଓଡିଶା ବନ୍ଦ

0
190

ଭୁବନେଶ୍ୱର: କୋରାପୁଟ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା ଘଟଣା ସ।ର। ର।ଜ୍ୟରେ ଆଜି ବନ୍ଦ ପାଳନ ପାଇଁ ବିଜେପି ପକ୍ଷରୁ ‘ହରତାଳ’ଓ କଂଗ୍ରେସ ଦଳ ତରଫରୁ ‘ବନ୍ଦ’ ଡାକରା ଦେଇଥିବା ସକାଳୁ ବନ୍ଦର ପ୍ରଭାବ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଗତକାଲି ରାଜଧାନୀ ରାଜରାସ୍ତାରେ ବିଜେପି-ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। କଂଗ୍ରେସ ବି ରାଜଧାନୀର ଏକାଧିକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ତେବେ ଆଜି ସକାଳ ୬ଟାରୁ କଂଗ୍ରେସ କର୍ମୀମାନେ ରେଳରୋକ କରି ବନ୍ଦ ଆରମ୍ଭ କରିଛନ୍ତି। ସମ୍ବଲପୁର, ଭୁବନେଶ୍ୱର, ଜୟପୁର, ସୋରୋ ଆଦି ସ୍ଥାନରେ ରେଳରୋକ କରି କଂଗ୍ରେସ କର୍ମୀ ଓ ନେତାମାନେ ବନ୍ଦ ପାଳନ କରିଛନ୍ତି।
ସେହିପରି ମାଷ୍ଟରକ୍ୟାଣ୍ଟିନ ଛକରେ ମଧ୍ୟ ଆନ୍ଦୋଳନକାରୀମାନେ ଗାଡ଼ିମଟର ଅଟକାଇ ବନ୍ଦରେ ସାମିଲ ହେବାକୁ ଲୋକଙ୍କୁ ଅନୁରୋଧ କରୁଥିବା ଦେଖିବାକୁ ମଳିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ଅ୍ରାଜି ସକାଳୁ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ପୁରୀ, ଭୁବନେଶ୍ୱର, କଟକ ପରି ବଡ଼ବଡ଼ ସହରରେ ବସ ଚଳାଚଳ ବନ୍ଦ ଥିବାରୁ ଲୋକେ ହଇରାଣ ହରକତ ହେଉଛନ୍ତି। ସେହିପରି ଆଜି ସକାଳୁ ଦୋକାନବଜାର ବନ୍ଦ ରହିଛି।

LEAVE A REPLY

Please enter your comment!
Please enter your name here