ଜଗ। ପ।ଇଁ ଥାନାକୁ ଯିବ ବିଜେପି

0
128

ଭୁବନେଶ୍ୱର :ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରିଛି ର।ଜ୍ୟ ବିଜେପି । ନବକଳେବର ବିଭ୍ରାଟ ଭଳି ଏହି ପ୍ରସଙ୍ଗରେ ର।ଜ୍ୟବ।ସୀଙ୍କୁ ଏହ। ଏକ ଅପରାଧ ବୋଲି ଅବଗତ କର।ଇବ।କୁ ବିଜେପି ଯୋଜନା କରିଛି । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସାରା ରାଜ୍ୟରେ ବିଜେପି ବିକ୍ଷୋଭ କରିବା ସହ ସବୁ ଥାନାରେ ଏତଲା ଦେବ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏକ ସ।ମ୍ବ।ଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

ରାଜ୍ୟ ସରକାର ପୁରୀ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆରମ୍ଭ କରି ଗଜପତି ମହାରାଜ ପର୍ଯ୍ୟନ୍ତ ସମସ୍ତଙ୍କୁ ଅପମାନିତ କରୁଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରିଛି । ଏହି ପ୍ରସଙ୍ଗରେ ସାରା ରାଜ୍ୟରେ ବିଜେପି ଜନଜାଗରଣ କରିବ । ଆସନ୍ତା ୧୧ ତାରିଖରେ ସବୁ ଜିଲ୍ଲା ଓ ସବଡିଭିଜନସ୍ତରରେ ବିଜେପି ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରିବ । ସେହିପରି ଜୁନ ୧୨ରୁ ସପ୍ତାହ ବ୍ୟାପି ରାଜ୍ୟର ସବୁ ଥାନା ଆଗରେ ବିଜେପି ବିକ୍ଷୋଭ କରିବା ସହ ଏତଲା ଦାୟର କରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ଶ୍ରୀ ପଣ୍ଡାଙ୍କ ସମେତ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଓ ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଅନ୍ୟ ନେତାମାନେ ଶ୍ରୀମନ୍ଦିର ପରିଦର୍ଶନ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here