ଡାକ୍ତରଙ୍କୁ ଗୋଡେଇ ଗୋଡେଇ ପିଟିଲେ ନର୍ସିଂ ଛାତ୍ରୀ

0
604

ପାଟଣା : ତାଲିମ୍ ନେଉଥିବା କେତେଜଣ ନର୍ସିଂ ଛାତ୍ରୀଙ୍କୁ ଜଣେ ଡାକ୍ତର ଦୁର୍ବ୍ୟବହାର ପ୍ରଦର୍ଶନ କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଉତ୍ତ୍ୟକ୍ତ ଛାତ୍ରୀମାନେ ଏକାଠି ହୋଇ ତାଙ୍କୁ ନିର୍ଘାତ ପିଟିଛନ୍ତି । ଏପରିକି ବିଧାଗୋଇଠା ମାରିବା ସହ ଚପଲରେ ପିଟିଥିବାର ଅଭିଯୋଗ ହୋଇଛି । ଛାତ୍ରୀଙ୍କ କବଳରୁ ମୁକ୍ତ ହେବା ପାଇଁ ଡାକ୍ତରଜଣକ ଦୌଡି ଦୌଡି ପଳାଉଥିବାର ଦେଖିବାକୁ ମିଳିଛି । ଏପରିକି ଛାତ୍ରୀମାନେ ଟଣାଓଟରା କରି ତାଙ୍କ ଜାମା ଚିରିଦେଇଥିବା ମଧ୍ୟ ଜଣାପଡିଛି । ଘଟଣାଟି ଘଟିଛି ବିହାରର କାଟିହାର ଜିଲ୍ଲାରେ । ମିଳିଥିବା ସୂଚନା ଅନୁଯାୟୀ କାଟିହାର ସଦର ହସ୍ପିଟାଲସ୍ଥିତ ନେତ୍ର ଚିକିତ୍ସାଳୟରେ କାର୍ଯ୍ୟ କରୁଛନ୍ତି ଡାକ୍ତର ମହମ୍ମଦ ଜାଭେଦ । ତେବେ ସେ ନିୟମିତ ନର୍ସିଂ ଛାତ୍ରୀଙ୍କୁ ବିଭିନ୍ନ ସମୟରେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ଉଠୁଥିଲା । ତେବେ ଏଏନଏମ ପରୀକ୍ଷା ଚାଲିଥିବା ସମୟରେ ଏହି ଡାକ୍ତରଜଣକ ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ପାଇଁ ଉଦ୍ୟମ କରିଥିଲେ । ଯାହାକୁକି ଛାତ୍ରୀମାନେ ଦୃଢ ବିରୋଧ କରିଥିଲେ । ଏ ନେଇ ସମସ୍ତ ଛାତ୍ରୀ ଏକାଠି ହୋଇ ହସ୍ପିଟାଲ ଦାୟିତ୍ୱରେ ଥିବା ସିଭିଲ ସର୍ଜନ ଡାକ୍ତର ମୁର୍ତେଜା ଅଲ୍ଲୀଙ୍କ ନିକଟକୁ ଯାଇ ଫେରାଦ ହୋଇଥିଲେ । ତେବେ ଡାକ୍ତର ଅଲ୍ଲୀ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଅଭିଯୁକ୍ତକୁ ଡାକି ପଚରାଉଚରା କରୁଥିବା ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଛାତ୍ରୀମାନେ ଉକ୍ତ ଡାକ୍ତରଙ୍କୁ ସେମାନଙ୍କୁ ହସ୍ତାନ୍ତର ପାଇଁ ଦାବି କରିଥିଲେ । ଏହାକୁ ନେଇ ଡାକ୍ତର ଓ ଛାତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । କଥା ଏତେ ପରିମାଣର ବଢିଯାଇଥିଲା ଯେ, ଉତ୍ତ୍ୟକ୍ତ ଛାତ୍ରୀମାନେ ଆଲୋଚନା ଚାଲିଥିବା ସମୟରେ ଡାକ୍ତର ଜାଭେଦ୍ଙ୍କୁ ଧରି ପକାଇଥିଲେ ଓ ବିଧା ଗୋଇଠା ସହ ଚପଲରେ ମାଡ ମାରିବା ଆରମ୍ଭ କରିଦେଇଥିଲେ । ତେବେ ଏଥିରୁ ରକ୍ଷାପାଇବା ପାଇଁ ଡାକ୍ତରଜଣକ କୌଶଳକ୍ରମେ ସେଠାରୁ ଖସି ଫେରାର ହୋଇଯାଇଥିଲେ । ତେବେ ଘଟଣା ସଂପର୍କରେ ଖବର ପାଇଁ ପୋଲିସ ସେଠାରେ ପହଞ୍ôଚବା ସହ ଛାତ୍ରଛାତ୍ରୀମାନଙ୍କୁ ପଚରାଉଚରା କରିଥିଲା । ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here