ଏନଡିଏ ସରକାର ଫମ୍ପା ମାଠିଆ ସଦୃଶ : ନବୀନ ପଟ୍ଟନାୟକ

0
238

ଭୁବନେଶ୍ୱର :ବିଜେଡି ପକ୍ଷରୁ ମାସେ ବ୍ୟାପୀ ହେବାକୁ ଥିବା ଜନସଂପର୍କ ପଦଯାତ୍ରା ଆଜି ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନମଣ୍ଡଳୀର ଝରଣା ବସ୍ତିରୁ ଆଜିର ଏହା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେଠାରେ ଅନୁଷ୍ଠିତ ଏକ ସଭାକୁ ନବୀନ ସମ୍ବୋଧିତ କରିଥିଲେ। ସେ ଦଳକୁ ଅଧିକ ମଜଭୁତ୍‌ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏଥିପାଇଁ ଲୋକଙ୍କୁ ନିକଟକୁ ଯିବାକୁ ସେ କହିଥିଲେ। ଏହି ଅବସରରେ ନବୀନ ସିଧାସଳଖ ବିଜେପିକୁ ଶାଣିତ ଆକ୍ରମଣ କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପି ଉ‌େଦ୍ଦଶ୍ୟରେ ସେ କହିଲେ, ଫମ୍ପା ମାଠିଆର ଶବ୍ଦ ବେଶି। ନିର୍ବାଚନ ପ୍ରତିଶ୍ରୁତିକୁ କିଏ କେତେ ପାଳନ କରୁଛି ଓଡିଶାବାସୀ ତାହା ଭଲ ଭାବେ ଜାଣିଛନ୍ତି । ଆମେ ନିର୍ବାଚନ ଇସ୍ତହାରରେ ଯେଉଁ ପ୍ରତିଶ୍ରୁ୍ତି ଦେଇଥିଲୁ ତାକୁ ଅକ୍ଷରେ ଅକ୍ଷରେ ପାଳନ କରି ଚାଲିଛୁ । ମାତ୍ର ଏନଡିଏ ସରକାର ଦେଇଥିବା ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଟାର୍ଗେଟ୍ କରି କହିଛନ୍ତି । ଅନ୍ୟପକ୍ଷରେ ଏହି ଦଳ ଫମ୍ପା ମାଠିଆର ଶବ୍ଦ ବେଶୀ ସଦୃଶ । ଏମାନଙ୍କର ପାଟି କରିବା ସେହିଭଳି ବୋଲି ସେ କହିଛନ୍ତି ।

ଅକ୍ଟୋବର ୨ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ବିଜେଡିର ଜନସଂପର୍କ ପଦଯାତ୍ରା ଲିବ । ସାରା ରାଜ୍ୟରେ ଏଭଳି ପଦଯାତ୍ରା ଜାରୀ ରହିବ । ବିଜେଡି ନେତା ଓ କର୍ମକର୍ତାମାନେ ପ୍ରତି ୱାର୍ଡକୁ ଯାଇ ଲୋକଙ୍କ ପାଖରେ ପହଚିଂବେ ଏବଂ ରାଜ୍ୟସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଯଥା- ଆମ ଗାଁ ଆମ ବିକାଶ , ଆମ ସହର ଅ।ମ ଉନ୍ନତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ମହିଳା, କୃଷକ ଓ ଛାତ୍ରଙ୍କ ପାଇଁ ୧ ପ୍ରତିଶତ ସୁଧରେ ଋଣ ବ୍ୟବସ୍ଥା, ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ,ସହରାଂଚଳ ବସ୍ତି ବାସିନ୍ଦାଙ୍କୁ ଭୂମି ଓ ସଂପତି ଅଧିକାର, ମିଶନ ଶକ୍ତି ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ,ସାଂସଦ ପ୍ରସନ୍ନ ପାଟ୍ଟଶାଣୀ , ବିଧାୟକ ବିଜୟ ମହାନ୍ତି , ପ୍ରିୟଦର୍ଶୀ ମିଶ୍ର, ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here