କ।ଲି ଆସୁଛନ୍ତି ନରେନ୍ଦ୍ର ମୋଦି: କଣ ରହିବ ନବୀନଙ୍କ ପ୍ରତି ଆଭିମୁଖ୍ୟ ? ଦଳୀୟ କର୍ମୀଙ୍କ ମନୋବଳ ବଢେଇବେ ନ। ଭ।ଙ୍ଗିବେ ?

0
243

ଭୁବନେଶ୍ୱର: ଆସନ୍ତା କ।ଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝ।ରସୁଗୁଡ଼। ଗ୍ରସ୍ତରେ ଆସୁଛନ୍ତି । ସେ ଝ।ରସୁଗୁଡ଼। ଏବଂ ଅନୁଗୁଳ ଜିଲ୍ଲାରେ ଦୁଇଟି ସ।ଧ।ରଣ ସଭ।ରେ ଉଦବୋଧନ ଦେବ।ର କ।ର୍ଯ୍ୟକ୍ରମ ରହିଛି । ଏହି ସଭ।ରେ ତ।ଙ୍କର ର।ଜନୈତିକ ଆଭିମୁଖ୍ୟ କଣ ରହିବ ତ।କୁ ନେଇ ଏବେ ର।ଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ର।ଜ୍ୟରେ ବିଜେଡ଼ି ଓ କେନ୍ଦ୍ରରେ ବିଜେପି ସରକାର ଥିବାବେଳେ ଦୁଇ ଦଳ ଭିତରେ ସବୁବେଳେ ର।ଜନୈତିକ ଛକ।ପଞ୍ଜା ଲ।ଗି ରହିଛି । ବିଜେପି-ବିଜେଡି ରାଜନୀତି ଏହା ମଧ୍ୟରେ ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଇଛି । କିନ୍ତୁ ଇତିମଧ୍ୟରେ ବିଜେପି କେନ୍ଦ୍ରରେ ସମସ୍ୟାରେ ପଡ଼ିଥିଲା ବେଳେ ବିଜେଡି ସହାୟତା ଲୋଡ଼ିଥିଲା । ବିଜେଡି ମଧ୍ୟ ଅକୁଣ୍ଠଚିତ୍ତରେ ସହାୟତା ଦେଇଥିଲା । ଏଣୁ ମୋଦି ଯେତେବେଳେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଓ ଆଗକୁ ନିର୍ବାଚନ ରହିଛି ଏ କ୍ଷେତ୍ରରେ ଦଳୀୟକର୍ମୀ ଏବଂ ନେତାଙ୍କ ମଧ୍ୟରେ ମୋଦି କଣ କହିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ସବୁଠାରୁ ବଡ କଥ। ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ମୋଦିଙ୍କ ଆଭିମୁଖ୍ୟ କଣ ରହିବ ତାହା ଉପରେ ନିର୍ଭର କରୁଛି କର୍ମୀଙ୍କ ମନୋବଳର ଏକ ବିର।ଟ ପ୍ରଶ୍ନର ଉତ୍ତର ପ।ଇବ।ର ଅପେକ୍ଷା ଓ ଆଗକୁ ବଢ଼ିବାର ଇଛ।ଶକ୍ତି ଏପଟେ ମୋଦି ଯଦି ନବୀନଙ୍କ ଉପରେ ନ ବର୍ଷିବେ ବା ରାଜ୍ୟ ସରକାରଙ୍କୁ ସମାଲୋଚନା ନ କରିବେ ତେବେ ଏହା ଏକ ଭିନ୍ନ ବାର୍ତ୍ତା ନେବ । କାରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ ପୁରା ଦମ୍ରେ ନବୀନଙ୍କୁ ବିରୋଧ କରୁଛନ୍ତି । ଦୈନିକ ଦୁଇ ଦଳ ଭିତରେ ଟକରାଟକରି ଚାଲିଛି । ଏ କ୍ଷେତ୍ରରେ ମୋଦି ଯଦି ନୀରବ ହୋଇ ଚାଲିଯିବେ ତେବେ ଦଳୀୟକର୍ମୀଙ୍କ ମଧ୍ୟରେ ହତାଶାଭାବ ଦେଖାଦେଇପାରେ ବୋଲି ଅନେକ ମତ ରଖୁଛନ୍ତି । କିନ୍ତୁ ନବୀନଙ୍କଠାରୁ ମୋଦି ସହାୟତା ମାଗିଥିବା ବେଳେ ତାଙ୍କ ବିରୋଧରେ କଠୋରମତ ରଖିପାରିବେ କି ନାହିଁ ତାହା ହେଉଛି ଦେଖି ବ।ର ବିଷୟ ଓ ଆଗ।ମୀ ଆଲୋଚନାର ବିଷୟ ବୋଲି ମତ ପ୍ରକାଶ ପ।ଉଛି ।

ଯଦି ପୂର୍ବକଥ। ମନେ ପକ।ଯ।ଏ ତ।ହ।ଲେ ବିଜେପି ଯେତେବେଳେ ବି କେନ୍ଦ୍ରରେ ଅଡୁଆରେ ପଡ଼ିଛି ସେତେବେଳେ ନବୀନହିଁ ଏକମାତ୍ର ଯିଏ କି ସହାୟତାର ହ।ତ ବଢ଼।ଇଛନ୍ତି । ସିଏ ପ୍ରତ୍ୟକ୍ଷରେ ହେଉ କିମ୍ବା ପରୋକ୍ଷରେ ହେଉ ନବୀନଙ୍କ ପଦକ୍ଷେପ ବିଜେପିକୁ ସୁହାଇଥିବା ନଜିର୍ ରହିଛି । ପାର୍ଲାମେଣ୍ଟରେ ଯେତେବେଳେ କଂଗ୍ରେସ ଓ ଅନ୍ୟ ବିରୋଧୀଦଳ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥାପ୍ରସ୍ତାବ ଆଣିଥିଲେ ସେତେବେଳେ ଏଥିରେ ଭାଗ ନ ନେଇ ବିଜେଡି ନିଜକୁ ଦୂରେଇ ରଖିଥିଲା । ସମଦୂରତା କଥା କହି ଖସିଥିଲା । ହେଲେ ବିଜେଡିର ଏହି ପଦକ୍ଷେପ ବିଜେପିକୁ ପରୋକ୍ଷରେ ସହାୟତା କରିଥିଲା । ନିକଟରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହୋଇଥିଲା । ରାଜ୍ୟସଭାରେ ବିଜେପି ଓ ତାର ସହଯୋଗୀ ଦଳଙ୍କ ପାଖରେ ନିଜର ଉପାଧ୍ୟକ୍ଷ ପ୍ରାର୍ଥୀଙ୍କୁ ଜିତାଇବା ସମ୍ଭବ ନ ଥିଲା । ସବୁ ବିରୋଧୀ ଦଳ ଏକାଠି ହୋଇଥିଲେ । ବିଜେପି ସମର୍ôଥତ ଜେଡିୟୁ ଉପାଧ୍ୟକ୍ଷ ପ୍ରାର୍ଥୀ ହାରିଥାନ୍ତେ । କଂଗ୍ରେସ ଓ ଅନ୍ୟ ଦଳ ଗୁଡ଼ିକ ବିରୋଧୀଙ୍କୁ ଏକାଠି କରିବା ପାଇଁ ଉଦ୍ୟମ କରିଥିଲେ । ବିଜେପି ପାଇଁ ଚିନ୍ତା ବଢ଼ିଥିଲା । ରାଜ୍ୟ ସଭାରେ ବିଜେଡିର ୧୦ ଜଣ ସାଂସଦ ଅଛନ୍ତି । ଏଣୁ ବିଜେଡିର ଗୁରୁତ୍ୱ ରହିଥିଲା । ବିଜେଡି ସମର୍ଥନ ପାଇବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଟେଲିଫୋନ କରି ନବୀନଙ୍କ ସହାୟତା ଲୋଡ଼ିଥିଲେ । ନବୀନ ମଧ୍ୟ ସହାୟତା ଦେଇଥିଲେ । ଏହି ଘଟଣା ପାଇଁ ନବୀନଙ୍କୁ ବିରୋଧୀଙ୍କର କଡ଼ା ସମାଲୋଚନାର ଶୀକାର ହେବାକୁ ପଡ଼ିଥିଲା । ନବୀନଙ୍କ ସହଯୋଗ ପାଇଥିବାରୁ ଏଥି ନେଇ ତାଙ୍କୁ ପରେ ଉଭୟ ମୋଦି ଓ ଶାହ ଧନ୍ୟବାଦ ଜଣାଇଥିଲେ ।
କିନ୍ତୁ ବିଜେପି ଆସନ୍ତା ନିର୍ବାଚନରେ ଓଡ଼ିଶାରେ କ୍ଷମତାକୁ ଆସିବା ପାଇଁ ଦୃଢ଼ୋକ୍ତି ପ୍ରକାଶ କରୁଛି । ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ୧୨୦ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ୧୪୭ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରୁ ୧୨୦ରୁ ଅଧିକ ପାଇବା ପାଇଁ ବିଜେପି ଆଶା ରଖିଛି । ଏହି ଲକ୍ଷ୍ୟ ପୂରଣ ପାଇଁ ବିଜେପି-ବିଜେଡି ମଧ୍ୟରେ ଦୈନିକ ବାକ୍ୟ ବିନିମୟ ଚାଲିଛି । କେହି କାହାକୁ କୌଣସି ପରିସ୍ଥିତିରେ ଛାଡ଼ିବାରେ ନାଁ ନାହିଁ । ବିଜେଡି ବିରୋଧୀ ଶକ୍ତିଙ୍କୁ ଏକାଠି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘୋଷଣା କରିଛନ୍ତି । ଏପରି କି ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବା କର୍ମଚାରୀମାନଙ୍କୁ ସମର୍ଥନ ଦେବା ପାଇଁ ଧର୍ମେନ୍ଦ୍ର ନିଜେ ସେମାନଙ୍କ ପାଖରେ ପହଂଚି ଯାଉଛନ୍ତି । ଏଣୁ କର୍ମୀଙ୍କ ମନରେ ମଧ୍ୟ ଆସନ୍ତା ନିର୍ବାଚନ ପାଇଁ ଢ଼େର ଆଶା ଭରିଛି ।ଏହି ଉୟୟ କଥାକୁ ଦେଖିଲେ ମୋଦି ୨ଟି ଦଳୀୟ ସଭାରେ ଉଦବୋଧନର ବେଶ ଗୁରୁତ୍ୱ ରହୁଛି । ଏହା ତାଙ୍କ ବକ୍ତବ୍ୟ ଉପରେ ଅନେକ କିଛି ନିର୍ଭର କରିବ । ଗୋଟିଏ ପଟରେ ନବୀନଙ୍କ ସାହାଯ୍ୟରେ ବୋଝ ଅନ୍ୟ ପଟରେ ଦଳୀୟକର୍ମୀ ଓ ନେତାଙ୍କ ଆଶା ଭରସା କାହାକୁ ମୋଦି ଗୁରୁତ୍ୱ ଦେଉଛନ୍ତି ତାହା ଦେଖିବାକୁ ବାକି ।କର୍ମୀ ଓ ର।ଜନୀତିରେ ଇଛ। ରଖୁଥିବ। ଜନତାଙ୍କ ଅପେକ୍ଷା ରହିଛି । ଦେଖିବ।କୁ ବ।କି ରହିଲା ସେ ର।ଜ୍ୟ ବିଜେପିକୁ ହତାଶ କରୁଛନ୍ତି ନ। ର।ଜ୍ୟ ସରକାରଙ୍କୁ ତ।ହ। ତ।ଙ୍କ ଆସନ୍ତା କ।ଲି ଉଦବୋଧନ ପରେ ସ୍ପଷ୍ଟ ହେବ ।

LEAVE A REPLY

Please enter your comment!
Please enter your name here