ନରସିଂହଙ୍କ ଅଧ୍ୟକ୍ଷତାରେ ତାରା-ସଗରିଆ ବିବାଦର ସମ।ଧ।ନ ପ।ଇଁ ଚେଷ୍ଟା

0
119

ଭୁବନେଶ୍ୱର: କୋରାପୁଟ କଂଗ୍ରେସ ବିବ।ଦର ସ।ମ।ଧ।ନ ପ।ଇଁ କଂଗ୍ରେସ ତ।ର ପ୍ରକିୟ। ଆରମ୍ଭ କରିଛି ।
ତାରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଦଳ ଓ ବିଧାୟକ ପଦ ଛାଡ଼ିବେ ବୋଲି ସଗରିଆ ଏଆଇସିସି ଓ ପିସିସିକୁ ଲିଖିତଭାବେ ଜଣାଇବ।ପରେ
କୋରାପୁଟ ଜିଲ୍ଲା କଂଗ୍ରେସରେ ଦୁଇ ବିଧାୟକ ତାରା ପ୍ରସାଦ ବାହିନୀପତି ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଏହି ଘଟଣାର କେତେ ସତ୍ୟାସତ୍ୟ ଅଛି ତ।ର ଅନୁଧ୍ୟାନ କରି ରିପୋର୍ଟ ଦେବାପାଇଁ ପିସିସି ପକ୍ଷରୁ ଏକ ୪ ଜଣିଆ କମିଟି ଗଠନ କରାଯାଇଛି । ଏଥିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଧ୍ୟକ୍ଷ ଥିଲାବେଳେ ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ ଓ ଗଣେଶ୍ୱର ବେହେରା ସଦସ୍ୟ ଅଛନ୍ତି । ଏହି କମିଟିର ପ୍ରଥମ ବୈଠକ ଆଜି ବିରୋଧୀଦଳ ନେତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି । ସମସ୍ତ ସଦସ୍ୟ ଉପସ୍ଥିତ ରହି ଅଭିଯୋଗ ଉପରେ ଆଲୋଚନା କରିଛନ୍ତି । ସେମାନେ ରିପୋର୍ଟ ପିସିସିକୁ ଦେବେ ।
ବିଧାୟକ ସଗରିଆ ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି । ତାଙ୍କର ଏହି ଧର୍ମ ପରିବର୍ତ୍ତନକୁ ନେଇ କିଛି ବ୍ୟକ୍ତି ତାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଏତଲାକାରୀମାନଙ୍କୁ ଜୟପୁୂରରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଧାୟକ ତାରା ପ୍ରସାଦ ବାହିନୀପତି ସ୍ୱାଗତ କରିବା ନେଇ ସଗରିଆ ଅଭିଯୋଗ କରିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି, ଶ୍ରୀ ବାହିନୀପତି ତାଙ୍କ ବିରୋଧରେ ଏହି ବ୍ୟକ୍ତିମାନଙ୍କୁ ଲଗାଇ ଏତଲା କରାଇଛନ୍ତି । ତାଙ୍କ ଧର୍ମ ପରିବର୍ତ୍ତନକୁ ନେଇ ଆକ୍ଷେପ କରିଛନ୍ତି । ଏଥିସହ ବିଭିନ୍ନ ଅଭିଯୋଗମାନ ସଗରିଆ ତାଙ୍କ ଚିଠିରେ ଆଣିଛନ୍ତି । ଏହି ଚିଠି ପାଇବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗର ସତ୍ୟାସତ୍ୟ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କମିଟି ଗଠନ କରିଛନ୍ତି । କମିଟି ଉଭୟଙ୍କୁ ଡାକି ସେମାନଙ୍କ ମତାମତ ନେଇପାରନ୍ତି । ଏହାପରେ କମିଟି ତାଙ୍କ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବ । ପରବର୍ତ୍ତୀ ସମୟରେ ଶ୍ରୀ ସଗରିଆ ଗଣମାଧ୍ୟମରେ ଆସି ଶ୍ରୀ ବାହିନପିତଙ୍କ ବିରୋଧରେ ବିଶୋଦଗାର କରିଥିଲେ ଓ ସିଧାସଳଖ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଶ୍ରୀ ବାହିନୀପତି ଅଭିଯୋଗକୁ ଖଣ୍ଡନ ଗଣମାଧ୍ୟମ ଆଗରେ କରିଥିଲେ ।

LEAVE A REPLY

Please enter your comment!
Please enter your name here