ମୋଷ୍ଟ ୱାଣ୍ଟେଡ ୟୁସୁଫ ଖତମ

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ୧୨ଟି ମିରାଜ ୨୦୦୦ ଯୁଦ୍ଧ ବିମାନ ଦ୍ଵାରା ପୁଲୱାମାରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛନ୍ତି ଭାରତୀୟ ବାୟୁସେନା । ଭାରତୀୟ ବାୟୁସେନା କରିଥିବା ଏହି ଆକ୍ରମଣରେ ଆତଙ୍କବାଦୀ ଲଂଚ ପ୍ୟାଡ୍ ସମ୍ପୂର୍ଣ୍ଣ ଧ୍ଵଂସ ହୋଇଯାଇଛି | ଏହି ଆକ୍ରମଣରେ ମସୁଦ ଅଜରହର ଶଳା ୟୁସୁଫ ଅଜହରର ମୃତ୍ୟୁ ହୋଇଥିବାର ଖବର ମିଳିଛି । ଆଜି ସକାଳ ଭୋର ୩ ଟା ୩୦ ମିନିଟ୍ ସମୟରେ ଭାରତ ପକ୍ଷରୁ ଏହି ଆକ୍ରମଣ ଆରମ୍ଭ ହୋଇ ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ କୁ ଟାର୍ଗେଟ କରାଯାଇଥିଲା | ଇଣ୍ଟରପୋଲ ଓ ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା ମସୁଦରର ଶଳା ୟୁସୁଫ । ମସୁଦର ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ସବୁଠାରୁ ବଡ ଶିବିର ୟୁସୁଫ ଚଳାଉଥିବାର ସୂଚନା ମିଳିଛି ।ଏହି ଆକ୍ରମଣରେ ପାକିସ୍ତାନର ପ୍ରାୟ ୨୦୦ ରୁ ୩୦୦ ଆତଙ୍କବାଦୀ ନିହତ ହୋଇଛନ୍ତି ।