ଲ।ଲୁ ବଡ ଭଉଣୀଙ୍କ ହୃଦ୍‌ଘାତରେ ପରଲୋକ

0
122

ପାଟନା : ବିହ।ର ଆରଜେଡି ଦଳର ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ବଡ ଭଉଣୀ ଗଙ୍ଗୋତ୍ରୀ ଦେବୀଙ୍କର ରବିବାର ଦିନ ହୃଦ୍‌ଘାତରେ ପରଲୋକ ହୋଇଛି । ଲାଲୁଙ୍କୁ ଦଣ୍ଡାଦେଶ ଖବର ଶୁଣି ତ।ଙ୍କ ବଡ ଭଉଣୀଙ୍କର ହୃଦ୍‌ଘାତ ହୋଇଥିବା ଜଣ।ପଡିଛି । ଗଙ୍ଗୋତ୍ରୀ ଦେବୀଙ୍କୁ ମୃତ୍ୟୁ ବେଳକୁ ୭୫ବର୍ଷ ହୋଇଥିଲା । ଆଜି ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ହେବ । ଗଙ୍ଗୋତ୍ରୀଙ୍କ ଶ୍ୱଶୁର ଘର ଗୋପାଳଗଞ୍ଜ ଜିଲା ଚକ୍ରପାଣରେ ତାଙ୍କର ଅନ୍ତ୍ୟେଷ୍ଟିକ୍ର୍ରିୟା ହେବ । ତାଙ୍କର ତିନିଟି ସନ୍ତାନ ଅଛନ୍ତି । ଭଉଣୀର ଦଶାହ କ୍ରିୟାରେ ଲାଲୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସେ ପାରୋଲ ଆବେଦନ କରିବେ ।

LEAVE A REPLY

Please enter your comment!
Please enter your name here