ବିଜେଡ଼ି ନେତା କଂଗ୍ରେସରେ

0
939

ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି ଶ୍ରୀ ପ୍ରଭାକର ନାୟକ ତାଙ୍କର ସମର୍ଥକମାନଙ୍କ ସହ ବିଜେଡି ଦଳ ତ୍ୟାଗ କରି କଂଗ୍ରେସ ବିଚାରଧାରା, ଜାତୀୟ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଦୃଢ଼ ନେତୃତ୍ୱ ଏବଂ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଶ୍ରୀ ପ୍ରଭାକର ନାୟକ ଓ ତାଙ୍କ ସମର୍ଥକ କଂଗ୍ରେସରେ ଯୋଗଦାନ ଦ୍ୱାରା କଂଗ୍ରେସ କେନ୍ଦୁଝର ଜିଲ୍ଲାରେ ଅଧିକ ଶକ୍ତିଶାଳୀ ହେବ ନିରଞ୍ଜନ ପଟନାୟକ କହିଛନ୍ତି । ଆଗାମୀ ନିର୍ବାଚନରେ କଂଗ୍ରେସ ଦଳକୁ ସଫଳ କରିବାରେ ସେ ସବୁ ପ୍ରକାର ଉଦ୍ୟମ କରିବେ ବୋଲି ଶ୍ରୀ ନାୟକ ନିଜ ପ୍ରତିକ୍ରୀୟାରେ କହିଥିଲେ । ଏହି ମିଶ୍ରଣ ପର୍ବରେ କେନ୍ଦୁଝର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ, ପ୍ରଦେଶ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ଓ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here