ଦେଖନ୍ତୁ ଭିଡିଓ:ଜାପାନରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ଜେବି

0
1100

ଟୋକିଓ : ଜାପାନରେ ଘୂର୍ଣ୍ଣିଝଡ଼ ‘ଜେବି’ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେବା ସହ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତିକୁ ଆହୁରି ଭୟାବହ କରି ଦେଇଥିବା ଜଣାପଡ଼ିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ୩ ଲକ୍ଷ ଲୋକଙ୍କୁ ନିରାପଦ ଅଞ୍ଚଳକୁ ଚାଲିଯିବାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଲୋକମାନଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ଚାଲିଯିବାକୁ ନିବେଦନ କରିଛନ୍ତି। ଏହାସହ ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଜେବି ପ୍ରଭାବରେ କାନସାଇ ବିମାନ ବନ୍ଦର ନିକଟରେ ୨,୫୯୧ଟନ ଓଜନର ଏକ ଟ୍ୟାଙ୍କରକୁ ବୋହି ନେଉଥିବା ଏକ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଛି। ମାତ୍ର ଜାହଜ କର୍ମଚାରୀମାନେ ଅ‌ଳ୍ପକେ ବର୍ତ୍ତି ଯାଇଛନ୍ତି। ସରକାରଙ୍କ ପକ୍ଷରୁ ୧,୫୦୦ଅସ୍ଥାୟୀ ଶିବିର ଖୋଲାଯାଇଛି। ବିଗତ ୨୫ ବର୍ଷ ମଧ୍ୟରେ ଜାପାନରେ ହୋଇଥିବା ଘୂର୍ଣ୍ଣିଝଡ଼ଠାରୁ ଏହା ସବୁଠାରୁ ଭୟଙ୍କର ଘୂର୍ଣ୍ଣିଝଡ଼ ବୋଲି ଜଣାପଡ଼ିଛି। ଜେବି ପ୍ରଭାବରେ ଘଣ୍ଟା ପ୍ରତି ୨୧୬ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ସୁରକ୍ଷା ଦୃଷ୍ଟିରୁ ଜାପାନରେ ୬୦୦ରୁ ଅଧିକ ବିମାନ ଚଳାଚଳକୁ ବାତିଲ କରି ଦିଆଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here