ନଦୀରେ ଖସିଲା ତୀର୍ଥଯାତ୍ରୀ ବସ୍ :୧୧ ମୃତ୍ୟୁ ,୯ ଆହତ

0
401

ଚେନାବ ନଦୀରେ ଖସିଲା ତୀର୍ଥଯାତ୍ରୀ ବସ୍  । ଦୁର୍ଘଟଣାରେ ୧୧ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ୯ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାଟି ଆଜି ସକାଳେ ଘଟିଥିବା ଜଣାପଡ଼ିଛି ।

ଜାମ୍ମୁରୁ ୨୮ କିଲୋମିଟର ଦୂରରେ ଥିବା କିଶତୱାଡ଼ ନିକଟରେ ତୀର୍ଥଯାତ୍ରୀ ବସ୍‌ଟି ଭାରସାମ୍ୟ ହରାଇ ଚେନାବ ନଦୀରେ ଖସିପଡ଼ିଥିଲା । ଯାହା ଫଳରେ ୧୧ ଜଣ ତୀର୍ଥ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହାସହ ୯ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।

ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ କିଶତୱାଡ଼ ପୋଲିସଙ୍କ ସହ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚିଥିଲେ ।  ଲୋକମାନଙ୍କୁ ଉଦ୍ଧାର କରିବା ସହ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ମାଚେଲ ମାତା ଯାତ୍ରାରେ ଚଳିତ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ବସ୍ ଟି ରାସ୍ତାରେ ଯାଉଥିବା ସମୟରେ ହଠାତ୍ ନଦୀ ଗର୍ଭରେ ବସଟି ଖସି ପଡ଼ିଥିଲା ।  ସ୍ଥାନୀୟ ଲୋକ ଓ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଆହତ ଓ ମୃତକଙ୍କୁ ଉଦ୍ଧାର କରାଯାଇଛି । ଏଇ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here