ଛାତ ରଡ୍‌ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
88

ଯାଜପୁର: ଯାଜପୁର ଜିଲା ବ୍ୟାସନଗର ସହର ନହକାରୋଡ୍‌ସ୍ଥିତ ପାଞ୍ଚାଳୀ ହୋଟେଲ ଛାତରେ ବହାରିଥିବା ଏକ ରଡ୍‌ରୁ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପାରିବାରିକ କଳହରୁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ପୋଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେ ଉକ୍ତ ହୋଟେଲରେ ସୁଇପର କାର୍ଯ୍ୟ କରୁଥିଲେ। ଯାଜପୁରରୋଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here