ଏଥର ଆଇଫାରେ ଶ୍ରେଷ୍ଠ ଚଳଚ୍ଚିତ୍ର ତୁହ୍ମାରି ସୁଲୁ

0
82

ଭାରତୀୟ ଅନ୍ତଃରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ୨୦୧୮ ବା ଆଇଫାର ଆୟୋଜନ ଏଥର ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ଅନୁଷ୍ଠିତ ହୋଇଛି। ଏହି ଖାସ୍‌ ଉତ୍ସବରେ ବଲିଉଡ୍‌ର ବହୁ ପ୍ରସିଦ୍ଧ କଳାକାର ସାମିଲ ବି ହୋଇଥିଲେ। ଷ୍ଟାର୍‌ମାନଙ୍କ ସହ ଏହି ସନ୍ଧ୍ୟା ବେଶ୍‌ ରଙ୍ଗୀନ ଏବଂ ମନୋରଞ୍ଜନଧର୍ମୀ ରହିଥିଲା। ତେବେ ୨୦୧୭ରେ ରିଲିଜ ହୋଇଥିବା ଫିଲ୍ମ, ସଫଳ କଳାକାର ଏବଂ ଚଳଚ୍ଚିତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ତେବେ ଆପଣମାନଙ୍କୁ ଆଉ ବେଶୀ ଅପେକ୍ଷା ନ କରେଇ ଚାଲନ୍ତୁ କହିଦେବୁ କିଏ ହେଲେ ଚଳିତବର୍ଷର ବେଷ୍ଟ ଆକ୍ଟର/ଆକ୍ଟ୍ରେସ୍‌ ଏବଂ କେଉଁଟି ବେଷ୍ଟ୍‌ ଫିଲ୍ମ।

Alprazolam Buy Online

http://learnwithojo.com/8-year-olds/ ଏବର୍ଷ ପାଇଁ ୨୦୧୭ରେ ରିଲିଜ୍‌ ହୋଇଥିବା ବିଦ୍ୟା ବାଲାନ୍‌ଙ୍କ ଫିଲ୍ମ ‘ତୁହ୍ମାରୀ ସୁଲୁ’କୁ ବେଷ୍ଟ ଫିଲ୍ମ ଭାବେ ପୁରସ୍କୃତ କରାଯାଇଛି। ତେବେ ବେଷ୍ଟ ଫିଲ୍ମର ନୋମିନେସନ୍‌ ପାଇଁ ନିଉଟନ୍‌ ଏବଂ ହିନ୍ଦୀ ମିଡିୟମ୍‌କୁ ମଧ୍ୟ ଚୟନ କରାଯାଇଥିଲା। ତେବେ ଏସବୁ ଫିଲ୍ମକୁ ପଛରେ ପକାଇ ବିଦ୍ୟାଙ୍କ ତୁହ୍ମାରୀ ସୁଲୁ ଚଳିତ ଆଇଫାରେ ବାଜି ମାରି ନେଇଛି।

http://bisnisbajumu.com/tag/jilbab-umama-tanah-abang

http://tamaralounge.com/.well-known/acme-challenge/E1IC_VJL9JI9_ ତେବେ ହିନ୍ଦୀ ମିଡିୟମ୍‌କୁ ମଧ୍ୟ ସଫଳତା ମିଳିଛି। ଅର୍ଥାତ୍‌ ଏଥିରେ ଥିବା ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କୁ ବେଷ୍ଟ ଆକ୍ଟରର ପୁରସ୍କାର ମିଳିଛି। ବେଷ୍ଟ ଆକ୍ଟର ପାଇଁ ରଣବୀର କପୁର, ଅଧିଲ ହୁସେନ୍‌, ରାଜକୁମାର ରାଓ ଏବଂ ଅକ୍ଷୟ କୁମାରଙ୍କୁ ନୋମିନେଟ୍‌ କରାଯାଇଥିଲା। ହେଲେ ଏ ଦୌଡ଼ରେ ଆଗେଇ ଯାଇଥିଲେ ଭେଟେରାନ୍‌ କଳାକାର ଇର୍‌ଫାନ୍‌।

http://orientafricatravel.com/wp-cron.php?doing_wp_cron=1580927595.9773650169372558593750 ସେହିପରି ମରଣୋତ୍ତର ଭାବେ ଶ୍ରୀଦେବୀଙ୍କ ଫିଲ୍ମ ‘ମମ୍‌’ ପାଇଁ ତାଙ୍କୁ ବେଷ୍ଟ ଆକ୍ଟ୍ରେସ୍‌ର ପୁରସ୍କାର ଦିଆଯାଇଥିଲା। ଏହାକୁ ତାଙ୍କ ପତି ତଥା ଫିଲ୍ମ ନିର୍ଦେଶକ ବୋନି କପୁର ଗ୍ରହଣ କରିଥିଲେ। ହିନ୍ଦୀ ମିଡିୟମ୍‌ ପାଇଁ ସାକେତ ଚୌଧୁରୀଙ୍କୁ ବେଷ୍ଟ ଡାଇରେକ୍ଟରର ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ତାଙ୍କ ସହିତ ନୋମିନେଟ୍‌ କରାଯାଇଥିବା ନିର୍ଦେଶକମାନେ ହେଲେ, ବରେଲି କି ବର୍ଫି ଫିଲ୍ମର ନିର୍ଦେଶକ ଅଶ୍ୱିନୀ ଅୟର ତିୱାରୀ, ଜଗା ଜାସୁସର ନିର୍ଦେଶକ ଅନୁରାଗ ବସୁ, ତୁହ୍ମାରି ସୁଲୁର ନିର୍ଦେଶକ ସୁରେଶ ତ୍ରିବେଣୀ ଏବଂ ନିଉଟନ୍‌ର ନିର୍ଦେଶକ ଅମିତ ବି ମାସୁରକର ଥିଲେ।

Xanax Visas Z Les

http://bandarbaju.com/older-person-dating-site/dating-mature ସିକ୍ରେଟ ସୁପରଷ୍ଟାର ପାଇଁ ବେଷ୍ଟ ସପୋର୍ଟିଂ ଅଭିନେତ୍ରୀ ଭାବେ ମେହେର ବିଜ୍‌ଙ୍କୁ ଆୱାର୍ଡ ଦିଆଯାଇଥିଲା। ସେହିପରି ନବାଜୁଦ୍ଦିନ୍‌ ସିଦ୍ଦିକିଙ୍କୁ ମମ୍‌ ପାଇଁ ବେଷ୍ଟ ସପୋର୍ଟିଂ ଆକ୍ଟର ଭାବେ ପୁରସ୍କୃତ କରାଯାଇଥିଲା। ଫିଲ୍ମ ନିଉଟନ୍‌କୁ ବେଷ୍ଟ ସ୍କ୍ରିନ୍‌ ପ୍ଲେ’ ଭାବେ ପୁରସ୍କୃତ କରାଯାଇଥିଲା। ଫିଲ୍ମ ବଦ୍ରିନାଥ୍‌ କି ଦୁଲ୍‌ହନିଆ ପାଇଁ ବେଷ୍ଟ ସିଙ୍ଗର ଭାବେ ଅମାଲ ମଲ୍ଲିକ, ତନିଷ୍କ ବାଗ୍‌ଚୀ ଓ ଅଖିଲ ସଚ୍‌ଦେବାଙ୍କୁ ସମ୍ମାନିତ କରାଯାଇଥିଲା। http://artists-atelier.com/loree-du-bois/ ଏହି ଖାସ୍‌ ଉତ୍ସବରେ ବଲିଉଡ୍‌ ଶ୍ରୀଦେବୀ, ବିନୋଦ ଖାନ୍ନା ଏବଂ ଶଶି କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ତେବେ ଅନୁପମ୍‌ ଖେର୍‌ଙ୍କୁ ବଲିଉଡ୍‌ରେ ବଳିଷ୍ଠ ଯୋଗଦାନ ପାଇଁ ଆଉଟଷ୍ଟାଣ୍ଡିଂ ଆୱାର୍ଡ ପ୍ରଦାନ କରାଯାଇଛି। ସେ ଏଯାବତ୍‌ ୫ ଶହରୁ ଊର୍ଧ୍ୱ ଫିଲ୍ମରେ କାମ କରି ସାରିଲେଣି।