ପୁରୀ ରଥକୁ ଘେରି ରହିଛି ପ।ଣି ।

0
89

ପୁରୀ: ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ପୁରୀ ସହର ବି ଏଥିରୁ ବାଦ୍ ପଡ଼ିନି। ବଡ଼ଦାଣ୍ଡ ସହ ଶରଧାବାଲି ଜଳାର୍ଣ୍ଣବ ହୋଇଛି। ପାଣି ଘେରରେ ତିନି ରଥ ରହିଥିବା ଦେଖିବାକୁ ମିଳିଛି।
ଡ୍ରେନ୍ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବାବେଳେ ବହୁ ଦୋକାନ ଭିତରେ ବି ପାଣି ପଶିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସାହି ଓ ଗଳି ରାସ୍ତାରେ ବର୍ଷା ପାଣିର ସୁଅ ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଯୋଗୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି
ପୁରୀ ସହରରେ ସର୍ବାଧିକ ବର୍ଷ ରେକର୍ଡ଼ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ସୁଦ୍ଧା ପୁରୀ ସହରରେ ୩୨.୨ ସେଣ୍ଟିମିଟର ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ବ୍ରହ୍ମଗିରିଠାରେ ସ୍ଥାପନ କରାଯାଇଥିବା ରେନ୍‍ଗଜ୍‍ ରିପୋର୍ଟ ଅନୁସାରେ ସଦର ଅଞ୍ଚଳରେ ୨୯.୩ ସେଣ୍ଟିମିଟର ବର୍ଷା ହୋଇଛି । ଠିକ୍‍ ସେହିପରି ଡେଲାଙ୍ଗଠାରେ ୨୪.୫ ସେଣ୍ଟିମିଟର, ପିପିଲିରେ ୨୪ ସେଣ୍ଟିମିଟର ବର୍ଷା ରେକର୍ଡ଼ କରାଯାଇଛି । କଳାହାଣ୍ଡିର ଥୁଆମୂଳ ରାମପୁରଠାରେ ୨୮.୮, ଜୁନାଗଡ଼ଠାରେ ୨୫.୬,କଲମପୁରରେ ୨୦, ଜୟପାଟଣାରେ ୨୧, ନର୍ଲାରେ ୨୧ କେସିଙ୍ଗାରେ ୨୩.୭, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟିଠାରେ ୨୪.୧, କାଶିପୁରଠାରେ ୨୨.୩, କୋରାପୁଟ ବଇପାରୀଗୁଡ଼ାରେ ୨୨, ଖୋର୍ଦ୍ଧା ଜଟଣୀରେ ୨୫.୫, କଟକର ବାରଙ୍ଗଠାରେ ୨୦.୫, ମାଲକାନଗିରିରେ ୨୦ ସେଣ୍ଟିମିଟର ବର୍ଷା ରେକର୍ଡ଼ କରାଯାଇଛି ।

ସେହିପରି ରାଜ୍ୟର ୩୫ଟି ସ୍ଥାନରେ ୧୦ ସେଣ୍ଟିମିଟରରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି । ସେହି ସ୍ଥାନଗୁଡ଼ିକ ଭିତରେ ରହିଛନ୍ତି, ମଦନପୁର ରାମପୁର ନନ୍ଦାହାଣ୍ଡି, ବାଲିଅନ୍ତା, କଣାସ, ସତ୍ୟବାଦୀ, କର୍ଲାମୁଣ୍ଡା, କୋରାପୁଟ, ସିମିଳିଗୁଡ଼ା, ଖୋର୍ଦ୍ଧା, ଭୁବନେଶ୍ୱର, ଲମ୍‍ତାପୁଟ, ମାଥିଲି, ବାଙ୍କି-ଡମପଡ଼ା, ନୂଆଗଡ଼, ଦସମନ୍ତପୁର,ଗୁମ୍ମା, ନନ୍ଦପୁର, ଖଇରିପୁଟ, ଜୟପୁର, ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି ।

LEAVE A REPLY

Please enter your comment!
Please enter your name here