ପଣ୍ଡାପଡା ଠାରେ  ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ

0
124

 

ଘଟଗାଁ: (ରୁଦ୍ର ପ୍ରସାଦ ବେହେରା) :୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଉକ୍ତ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପାଇଁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ପ୍ରତିଯୋଗିତ। ଆରମ୍ଭ ହୋଇଯାଇଥିବା ବେଳେ ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟି ଘଷିପୁରା ନିର୍ବାଚନ ମଣ୍ଡଳୀର ଘଟଗାଁ ବ୍ଲକ ଅନ୍ତର୍ଗତ ପଣ୍ଡାପଡା ଠାରେ  ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି |  ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀ ଓ ମୁଖ୍ୟ ଆକର୍ଷଣ ଭାବେ ବିଜେପି ନାରୀନେତ୍ରୀ ତଥା ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ଅନୁ ଚୌଧୁରୀ ଯୋଗଦେବା ସହ କେନ୍ଦୁଝର ବିଜେପି ର ପୂର୍ବତନ ସାଂସଦ ଅନନ୍ତ ନାଏକ ,ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଉପସଭାପତି ଶ୍ରୀମତି ସୁକେଶି ଓରାମ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ ପ୍ରମୁଖ ଯୋଗ ଦେଇଥିଲେ। ସମାବେଶ ର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଷଡ଼ଙ୍ଗୀ ଉପସ୍ଥିତ ଜନାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ସଫଳତା ଓ ବିଭିନ୍ନ ଜନହିତ କାରି ଯୋଜନା ବାବଦରେ ଅବଗତ କରାଇବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟ କ୍ରମ କୁ ଦୃଢ଼ ନିନ୍ଦା କରିଥିବା ବେଳେ ଆଗାମୀ ନିର୍ବାଚନରେ ବିଜେପି ର ୧୨୦+ ମିଶନ କୁ ସଫଳ କରି ବିଜେପିକୁ ସାରା ରାଜ୍ୟ ରେ ଶାସନାଧୀନ କରିବାପାଇଁ ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here