ବଦଳିବ ଲୋମଶ ଶିଶୁ କାହ୍ନାର ରୂପ

0
81

ବ୍ରହ୍ମପୁର: ଜଗା-କାଳିଆ ପରେ ବର୍ତ୍ତମାନ କାହ୍ନା ରାଜ୍ୟରେ ଚର୍ଚ୍ଚିତ । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ବାଘୁଆ ଗ୍ରାମର ରାମ ଚନ୍ଦ୍ର ନାୟକଙ୍କ ପୁଅ କାହ୍ନା ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଗୁରୁବାର ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ରେ ତାଙ୍କର ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ସଫଳ ହୋଇଛି । ୩ ମାସ ପରେ ଆଉ ଥରେ ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି ।
କାହ୍ନାଙ୍କ ରୋଗ ସଂପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାଙ୍କ ଚିକିସôା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିଲା ଏବଂ ସେ ବର୍ତ୍ତମାନ ଓଡିଶାରେ ଚର୍ଚ୍ଚିତ ପାଲଟିଛନ୍ତି । କାହ୍ନାର ଶରୀରରେ ଜେନେଟିକ୍ ସମସ୍ୟା ଯୋଗୁଁ ୪୦ଭାଗ କଳା ଜାଇରେ ପରିପୂର୍ଣ୍ଣ ହୋଇଥିିବା ବେଳେ ଉକ୍ତ ସ୍ଥାନ ଲୋମଶ ଏବଂ ମାଂସ ପିଣ୍ଡୁଳା ହୋଇଛି । ଉକ୍ତ ମାଂସ ପିଣ୍ଡୁଳା ଗୁଡ଼ିକ ବଢ଼ୁଥିବାରୁ ସେ ବହୁ ସମସ୍ୟାର ସମ୍ମୁଖୀନ ହେବା ସହ ଲଜ୍ଜାରେ କେଉଁଆଡ଼େ ମଧ୍ୟ ଯାଇପାୁନାହାଁନ୍ତି । କିନ୍ତୁ ଗଣମାଧ୍ୟମର ପ୍ରଚେଷ୍ଠାରେ କାହ୍ନାଙ୍କ ପ୍ରଥମ ଅସ୍ତ୍ରେପଚାର ସଫଳ ହୋଇଛି । ପ୍ରଥମ ପର୍ଯ୍ୟାୟରେ କାହ୍ନାଙ୍କ ମୁହଁର ଅସ୍ତ୍ରୋପଚାର କରାଯାଇଥିବା ବେଳେ ବଢିଥିବା ମାଂସ ପିଣ୍ଡୁଳାକୁ ବାହାର କରିବା ସହ କଳାଜାଇ ଏବଂ ଲୋମଙ୍କୁ ସମ୍ପୂର୍ଣ୍ଣ ରୂପେ ବାହାର କରିଦିଆଯାଇଥିଲା । ପରେ କାହ୍ନାଙ୍କ ଜଙ୍ଘରୁ ଚମଡା ବାହାର କରି ମୁହଁରେ ଲଗା ଯାଇଥିଲା । ଯାହାକୁ ନେଇ ତାଙ୍କ ପରିବାର ଲୋକଙ୍କ ମନରେ ନୂଆ ଆଶା ସଂଚାର ହୋଇଛି । କିଛିଦିନ ହେଲା ମେଡ଼ିକାଲ୍ରେ ତାଙ୍କର ସିଟି ହସ୍ପିଟାଲ୍ ପରେ ଏମ୍କେସିଜି ମେଡ଼ିକାଲ୍ରେ ଚିକିସôା ଚାଲିଥିବା ବେଳେ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଶେଷରେ ଅସ୍ତ୍ରୋପଚାର ପାଇଁ ଡ଼ାକ୍ତର ମାନେ ନିଷ୍ପତ୍ତି ନେଇଥିଲେ । ପ୍ରଶାସନ ସମସ୍ତ ଖର୍ଚ୍ଚ ବହନ କରୁଥିବା ବେଳେ ଗୁରୁବାର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ଡ଼ା.ରାଜୁ ଦାସଙ୍କ ନେତୃତ୍ୱରେ ଶିଶୁ ରୋଗ ବିଭାଗ ମୁଖ୍ୟ ଡା. ସୁନୀଲ ଅଗ୍ରୱାଲ ଏବଂ ବହୁ ବିଭାଗୀୟ ମୁଖ୍ୟଙ୍କୁ ନେଇ ଗଠିତ ୧୨ ଜଣିଆ ଡ଼ାକ୍ତରୀ ଟିମ୍ ଏହି ବିରଳ ଅସ୍ତ୍ରୋପଚାର କରିଛନ୍ତି । ସାଢେ ୬ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ କାହ୍ନାଙ୍କୁ ଓଟିରୁ ବାହାରକୁ ଅଣାଯାଇଛି । କିନ୍ତୁ ତାଙ୍କର ବର୍ତ୍ତମାନ ସୁଦ୍ଧା ସଂପୂର୍ଣ୍ଣ ଚେତା ଫେରିନଥିବା ଜଣାପଡ଼ିଛି । ବର୍ତ୍ତମାନ ସେ ଶିଶୁ ରୋଗ ବିଭାଗ ଆଇସିୟୁରେ ଥିବା ସୂଚନା ମିଳିଛି । ସେ ବର୍ତ୍ତମାନ ଠିକ୍ ଥିବା ଡ଼ାକ୍ତର ମାନଙ୍କ ଠାରୁ ପ୍ରକାଶ । ତେବେ ଆଜି କାହ୍ନାଙ୍କ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ହୋଇଛି । ଏହାର ସଫଳତା ପରେ ପରିବାର ଲୋକଙ୍କ ଅନୁମତି ନେଇ ପୁଣି ଶରୀରର ଅନ୍ୟ ଭାଗରେ ମଧ୍ୟ ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତରମାନେ କହିଛନ୍ତି । ଏଭଳିି ଅସ୍ତ୍ରୋପଚାର ବ୍ରହ୍ମପୁରରେ ପ୍ରଥମଥର ପାଇଁ ହୋଇଥିବା ବେଳେ ଡାକ୍ତରମାନେ ଏହାକୁ ନେଇ ଅପ୍ରାଣ ଉଦ୍ୟମ କରିଥିଲେ ।

LEAVE A REPLY

Please enter your comment!
Please enter your name here