ନକଲି ବିହନ ପ୍ଲାଣ୍ଟକୁ ନେଇ ଚର୍ଚ୍ଚା

0
112

Alprazolam Online Reviews ବାଲେଶ୍ୱର: କୃଷି ଓ କୃଷକର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେହେଁ ଏହାର ପ୍ରକୃତ ଲାଭ ହିତାଧିକାରୀ କିମ୍ବା ପ୍ରକୃତ ଚାଷୀଙ୍କ ପାଖରେ ଅପହଞ୍ଚ ହୋଇଛି । ସରକାରୀ ବାବୁ ଓ ଘରୋଇ ପ୍ଲାଣ୍ଟ ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁ କୋଟି କୋଟି ଟଙ୍କା ଭିନ୍ନ ଭିନ୍ନ ଆଳ ଦେଖାଇ ହଡ଼ପ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ଓଡ଼ିଶା ରାଜ୍ୟ ବିହନ ଓ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥା (ଓସୋପ୍କା) ବାଲେଶ୍ୱର ଆଞ୍ଚଳିକ ଶାଖାରେ ହୋଇଥିବା ମହାଦୁର୍ନୀତି ସମ୍ପର୍କରେ ବିଭିନ୍ନ ମହଲରୁୁ ଅଭିଯୋଗ ଆସିବା ପରେ ଏହାକୁ ନେଇ ଏବେ ସାରା ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି । Alprazolam Cheapest Online ପ୍ରକାଶ ଯେ, ରାଜଘାଟରେ ଥିବା ଏକ ଘରୋଇ ପ୍ଲାଣ୍ଟରେ ସରକାରୀ ବସ୍ତାରେ ଜମା ହୋଇ ରହିଥିବା ନକଲି ବିହନକୁ କିଭଳି ଅସଲିରେ ପରିଣତ କରି ଏହାକୁ ସରକାରୀ ମୋହର ଲଗାଇ ଚାଷୀଙ୍କୁ ଯୋଗାଇ ଦିଆଯିବ ସେ ବାବଦରେ ଏକ ଭିଡ଼ିଓ କ୍ଲିପ୍ ମିଳିଛି । ସୂଚନାଥାଉକି ରାଜଘାଟରେ ନିଗମ ଦ୍ୱାରା ଭଡ଼ାରେ ନିଆଯାଇଥିବା ଗୋଦାମରେ ‘ଓଡ଼ିଶା ସିଡ୍ସ’ ନାମକ ଘରୋଇ ପ୍ଲାଣ୍ଟ ବସାଇ ଖୋଲାବଜାରରୁ ବିହନ ସଂଗ୍ରହ କରି ପ୍ରୋସେସିଂ ଓ ପରେ ସେଗୁଡ଼ିକୁ ସରକାରୀ ବ୍ୟାଗ୍ରେ ପ୍ୟାକେଟ୍ କରୁଥିବା ଜନୈକ ଘରୋଇ ପ୍ଲାଣ୍ଟ ମାଲିକଙ୍କୁ ନିଗମ କର୍ତ୍ତୃପକ୍ଷ ଅସାଧୁ ଉପାୟରେ ଅନୁକମ୍ପା ଦେଖାଇଥିବା କଥା ଭିଡ଼ିଓରୁ ସ୍ପଷ୍ଟ ଜଣାପଡ଼ୁଛି । ଏହି ମାଲିକଙ୍କ ଘର ବାଲିଆପାଳ ଲଙ୍ଗଳେଶ୍ୱର ଅଞ୍ଚଳରେ ହୋଇଥିବା ବେଳେ ତାଙ୍କର ୫୮ ଡେସିମିଲ ଚାଷଜମି ରହିଛି । ଓଡ଼ିଶା ରାଜ୍ୟ ବିହନ ଓ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥା (ଓସୋପ୍କା) ବାଲେଶ୍ୱର ଆଞ୍ଚଳିକ ଶାଖା ତାଙ୍କୁ ଗ୍ରୋୟର (ବିହନ ଚାଷୀ) ଭାବେ ବିବେଚିତ କରି ଚଳିତ ଖରିଫ୍ ଋତୁରେ ୧୫୦ କୁ୍ୟଣ୍ଟାଲ ଏଫ୍-୧ ବିହନ ପ୍ରଡକ୍ସନ ପ୍ରୋଗ୍ରାମ ପାଇଁ ପ୍ରଦାନ କରିଥିଲା । ନିଗମର କେଳେଙ୍କାରୀ ଖବର ପ୍ରକାଶ ପାଇବା ପରେ ଉକ୍ତ ଅଞ୍ଚଳର ଚାଷୀ ଲକ୍ଷ୍ମୀଧରଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ କରିଛନ୍ତି । ସେ ଇଣ୍ଟରନେଟ୍ରେ ଉପଲବ୍ଧ ବିଭିନ୍ନ ଚାଷୀଙ୍କ ପଟ୍ଟା ଡାଉନଲୋଡ୍ କରିବା ପରେ ଏସବୁ ଜମି ଲିଜ୍ ନେଇଛନ୍ତି ବୋଲି ଦର୍ଶାଇ ନିଗମର କିଛି ଅଧିକାରୀଙ୍କ ସହାୟତାରେ ଟନ୍ ଟନ୍ ବିହନ ହାତେଇଥିବା କୁହାଯାଉଛି । ଏନେଇ ପ୍ରଶାସନିକ ସ୍ତରରେ ଏହାକୁ କିଭଳି ଶୀଘ୍ର ହଟାଯିବ ତାକୁ ନେଇ ତତ୍ପରତା ପ୍ରକାଶ ପାଇଥିବା ବେଳେ ବିହନ ନିଗମର ଶାଖା କାର୍ଯ୍ୟାଳୟରେ କାଗଜପତ୍ର ସଜାଡ଼ିବାକୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଛି । ଅନ୍ୟପକ୍ଷରେ ଏହି ମହାଦୁର୍ନୀତିର ତଦନ୍ତ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ତୁରନ୍ତ ଜିଲ୍ଲା କୃଷି ଉପନିଦେ୍ର୍ଦଶକ କୈଳାସ ପରିଡ଼ାଙ୍କୁ ଘଟଣା ସମ୍ପର୍କରେ ସତ୍ୟାସତ୍ୟ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ନିଦେ୍ର୍ଦଶ ଦେଇଛନ୍ତି । ତଦନ୍ତ ନିଦେ୍ର୍ଦଶ ପାଇବା ପରେ ଜିଲ୍ଲାରେ ଅସାଧୁ ଅଧିକାରୀ ଓ ନକଲି ବିହନ ଚାଷୀଙ୍କ ମଧ୍ୟରେ ଛନକା ପଶିଯାଇଛି । ଏପଟେ ନିଗମର ଅସାଧୁ ଅଧିକାରୀ ଓ ଘରୋଇ ପ୍ଲାଣ୍ଟ ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ କିପରି ଯୋଜନାବଦ୍ଧ ଭାବେ କୋଟି କୋଟି ଟଙ୍କା ସରକାରୀ ଅର୍ଥ ଚଳୁ କରାଯାଉଛି, ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ସ୍ୱତନ୍ତ୍ର ଅନୁସନ୍ଧାନବେଳେ ଏହି ମହାଦୁର୍ନୀତିର ଭିଡ଼ିଓ କ୍ଲିପ୍ ପଦାକୁ ଆସିବା ପରେ ଏ ବାବଦରେ ଜିଲ୍ଲା ଉପନିଦେ୍ର୍ଦଶକ ତଦନ୍ତ କରି ଜିଲ୍ଲାପାଳଙ୍କୁ ଖୁବ୍ଶୀଘ୍ର ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି । ସେହିପରି ଏହି ମହାଦୁର୍ନୀତିର ପ୍ରମାଣ ମିଳିଲେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ରାଉତ ସୂଚନା ଦେଇଛନ୍ତି ।

Order Alprazolam