ହଜାରେ କେଜିର ବିସ୍ଫୋରକ ସହ ଦୁଇ ଓଡ଼ିଆ ଯୁବକ ଅଟକ

0
181

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାରେ ବିସ୍ଫୋରକ ସହିତ ୨ ଜଣ ଓଡ଼ିଆ ଯୁବକ ଗିରଫ ହୋଇଛନ୍ତି । ଓଡିଶା ନମ୍ବର ଥିବା ମାଟାଡୋର ଗାଡିରୁ ଏହି ବିସ୍ଫୋରକ ମିଳିଛି । ପଦ୍ମଲୋଚନ ଦେ ଓ ଇନ୍ଦ୍ରଜିତ ଭୋଇ ନାମକ ଗିରଫ ହୋଇଥିବା ଏହି ଦୁଇ ଓଡ଼ିଆ ଯୁବକଙ୍କ ଘର ବାଲେଶ୍ୱରର ବସ୍ତାରେ ବୋଲି ସୂଚନା ମିଳିଛି । ଗାଡିରେ ହଜାରେ କେଜିର ବିସ୍ଫୋରକ ଦ୍ରବ୍ୟ ନେଇ ଯାଉଥିବା ବେଳେ ଏହି ଦୁଇ ଯୁବକ ଏସଟିଏଫ୍ ହାତରେ ଧରାପଡିଛନ୍ତି । ଏହା ସହିତ ତାଙ୍କର ବିସ୍ଫୋରକ ସାମଗ୍ରୀକୁ ମଧ୍ୟ ଜବତ କରାଯାଇଛିି । ତେବେ ଏହି ସାମଗ୍ରୀ କେଉଁଠୁ ଆସିଲା ଓ କିଏ ଏହାକୁ ପଠାଇଥିଲା ସେନେଇ ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here