ଚ।ଳକ ବିହୀନ ମେଟ୍ରୋର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

0
226

ନୂଆଦିଲ୍ଲୀ:ଦିଲ୍ଲୀ ଓ ନୋଇଡା ମଧ୍ୟରେ ୫୨ ମିନିଟ୍‌ର ଦୂରତାକୁ ୧୯ ମିନିଟ୍‌ରେ ଯାତ୍ରା କରିହେବ ଦିଲ୍ଲୀ ମେଟ୍ରୋ ଦ୍ୱାରା ନୂଆକରି ତିଆରି କରାଯାଇଥିବା ମାଜେଣ୍ଟା ଲାଇନ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବ।ପରେ ଏହି ସୂଚନା ମିଳିଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ହରିୟାନାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର, ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ର  ପରିଚାଳନା ନିର୍ଦେଶକ ମଙ୍ଗୁ ସିଂ ପ୍ରମୁଖ ଉପସ୍ଥିତ ରହି ଯ।ତ୍ରିଙ୍କୁ ଉତ୍ସ।ହିତ କରିଥିଲେ।  ଦିଲ୍ଲୀର କାଲକାଜି ମନ୍ଦିରଠାରୁ ଉଦ୍ଭିଦ ବିଜ୍ଞାନ ଉଦ୍ୟାନ ବା ବଟାନିକାଲଗାର୍ଡେନ ପର୍ଯ୍ୟନ୍ତ ଏହି ଟ୍ରେନ ଚାଲିବ।

 ଏହି ଉଦ୍‌ଘାନରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଉପସ୍ଥିତ ନ ଥିଲେ। ତାଙ୍କୁ ଏଥିପାଇଁ ନିମନ୍ତ୍ରଣ ନ ଥିଲା ବୋଲି ଅଭିଯୋଗ ହୋଇଛି।   ନୋଇଡା ଓ ଦିଲ୍ଲୀ ମଧ୍ୟରେ ଯାତାୟତ ପାଇଁ ଏହି ମାଜେଣ୍ଟା ମେଟ୍ରୋ ଲାଇନ ଉପଯୋଗୀ ହେବ ବୋଲି କୁହାଯାଇଛି।

ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ମେଟ୍ରୋମାନଙ୍କ ମଧ୍ୟରେ ଏହା ତୃତୀୟ। ଏହା ପୂର୍ବରୁ ସେ କୋଚି ମେଟ୍ରୋ ଓ ହାଇଦ୍ରାବାଦ ମେଟ୍ରୋ ଉଦ୍‌ଘାଟନ କରିସ।ରିଛନ୍ତି । 

LEAVE A REPLY

Please enter your comment!
Please enter your name here