୨୦ ବର୍ଷ ହେଲା ଯିଏ ଓଡ଼ିଆ ଭଲ କି କହିପାରୁ ନାହାଁନ୍ତି ସେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ କେମିତି:ଦ।ମ ର।ଉତ

0
2730

ଭୁନନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବି ଲୋକପ୍ରୀୟ ବୋଲି ‘ଇଣ୍ଡିଆ ଟୁ ଡେ’ ସର୍ଭେରେ ଦର୍ଶାଯାଇଛି । ସେ ଏକ ନମ୍ବରରେ ଅଛନ୍ତି । ୫୯ ପ୍ରତିଶତ ଲୋକେ ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ପସନ୍ଦ କରୁଥିବା ରିପୋର୍ଟରେ ଉଲ୍ଲେଖ ଥିବା ବିଷୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହି ରିପୋର୍ଟକୁ ନେଇ ଏବେ ଦଳିତ ନେତା ଡାକ୍ତର ଦାମୋଦର ରାଉତ ପ୍ରଶ୍ନ ଉଠାଇଛନ୍ତି । ସେ କଡ଼ା ସମାଲୋଚନା କରି ପ୍ରଶ୍ନ ଉଠାଇଛନ୍ତି ଯେ, ୨୦ ବର୍ଷ ହେଲା ଯିଏ ଓଡ଼ିଆ ଭଲ କି କହିପାରୁ ନାହାଁନ୍ତି ସେ ଏକ ନମ୍ବର ହେଲେ କେମିତି? http://richlistgroup.com/wp-cron.php?doing_wp_cron=1580948148.6049730777740478515625 ଡାକ୍ତର ରାଉତ କହିଛନ୍ତି ମୁଖ୍ୟମନ୍ତ୍ରୀ ୧ ନମ୍ବର ବୋଲି ଗଣମାଧ୍ୟମରେ ପ୍ରକାଶ ପାଇବା କଥା ସତ । କିନ୍ତୁ ସାଧାରଣ ଲୋକଙ୍କ ଅବସ୍ଥା ନ କହିଲେ ଭଲ । ତଳସ୍ତରରେ ଥିବା ଗରିବ ଜନସାଧାରଣଙ୍କ ସାମାଜିକ ଓ ଆର୍ôଥକ ଅବସ୍ଥା ଅତି ସୋଚନୀୟ । ସେମାନଙ୍କ କଥା କିଏ ଦେଖୁଛି ନା ବୁଝୁଛି । ସବୁ କେବଳ ପ୍ରଚାରରେ ଚାଲିଛି । ମୁଖ୍ୟମନ୍ତ୍ରୀ ୧ ନମ୍ବର ହେଲେ ସେମାନଙ୍କର କିଯାଏ । ଇଣ୍ଡିଆ ଟୁଡେରେ ମୁଖ୍ୟମନ୍ତ୍ରୀ ୧ ନମ୍ବର ହେବା ନେଇ ରାଜଧାନୀରେ ଥିବା ଅଧିକାରୀମାନଙ୍କ ପାଇଁ ଖୁସି ହୋଇପାରନ୍ତି । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ନୁହେଁ ବୋଲି ସେ କହିଛନ୍ତି । http://orientafricatravel.com/wp-content/uploads/2017/09/asia-peppers.jpg 1200w, https:/orientafricatravel.com/wp-content/uploads/2017/09/asia-peppers-600x250.jpg 600w, https:/orientafricatravel.com/wp-content/uploads/2017/09/asia-peppers-300x125.jpg 300w, https:/orientafricatravel.com/wp-content/uploads/2017/09/asia-peppers-768x320.jpg 768w, https:/orientafricatravel.com/wp-content/uploads/2017/09/asia-peppers-1024x427.jpg 1024w ଆନ୍ଧ୍ର ଓ ତାମିଲନାଡୁରୁ ଆସୁଥିବା ରିକ୍ସା ବାଲା ଏଠି ୪ ମାସରେ ଖଣ୍ଡି ଓଡ଼ିଆ କହୁଛନ୍ତି । କିନ୍ତୁ ବିଜୁ ବାବୁଙ୍କର ପୁଅ ହୋଇ ନବୀନ ବାବୁ ଓଡ଼ିଆ କହିପାରୁ ନାହାଁନ୍ତି । ୨୦ ବର୍ଷ ବିତି ଗଲେ ମୁଖ୍ୟମନ୍ତ୍ରୀ ଓଡ଼ିଆ କହିପାରିଲେ ନାହିଁ । ଇଂରାଜୀରେ ଲେଖା ହୋଇଥିବା ଭାଷଣ ଓଡ଼ିଆରେ ପଢ଼ୁଛନ୍ତି । ଏହାଠାରୁ ଲଜ୍ୟା ଆଉ କଣ ହୋଇପାରେ ବୋଲି ସେ କହିଛନ୍ତି । ଏହା ସତ୍ତେ୍ୱ ଯଦି ସେ ୧ ନମ୍ବର ମୁଖ୍ୟମନ୍ତ୍ରୀ ସେ ବିଷୟରେ ମୋର କିଛି କହିବାର ନାହିଁ । ପରିସଂଖ୍ୟାନର ଯାଦୁ ଦେଖାଇ ସରକାର କୃଷିକର୍ମଣ ପୁରସ୍କାର ପାଉଛନ୍ତି ଓ ବାହାବାହା ବି ନେଉଛନ୍ତି । ଚାଷୀଙ୍କୁ ପଚାରେ କିଏ? କୃଷି ଯନ୍ତ୍ରପାତି କିଣାରେ ବ୍ୟାପକ ଅର୍ଥ ହରିଲୁଟ କରାଯାଇଥିବା ବେଳେ ସାର ନାଁରେ ମାଟି ବିକାଯାଉଛି ବୋଲି ଡାକ୍ତର ରାଉତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Xanax Pills Online

Buying Xanax Bars Online

Buy Alprazolam Online Reviews

http://artists-atelier.com/sitemap-pt-scheduled-action-2020-02.xml