ଚିଟଫଣ୍ଡ ମାମଲାକୁ ଚପାଇ ଦେବା ପାଇଁ ସିବିଆଇ ସହ ଶହେ କୋଟି ଟଙ୍କାର ଡିଲ ହୋଇଛି: ଦାମୋଦର ରାଉତ

0
577

ଭୁବନେଶ୍ୱର:ବିଗତ ଏକ ଦଶନ୍ଧି ଧରି ର।ଜ୍ୟରେ ଚ।ଲିଥିବ। ଚିଟଫଣ୍ଡ ଦୁର୍ନୀତିର ସେପରି କିଛି ଠୋସ୍ ସୁଫଳ ମିଳି ନଥିବା ବେଳେ ଏବେ ସିବିଆଇର ଦୁଇ ପ୍ରମୁଖ ଅଧିକାରୀ ବିବାଦରେ ଛନ୍ଦି ହେବା ସହ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେବ। ଘଟଣା ଚିଟଫଣ୍ଡ ଜମ।କ।ରୀଙ୍କୁ ଆଘାତ ପହଞ୍ଚ।ଇଛି । ସିବିଆଇର ଏହି ଦୁର୍ନୀତି ଅଭିଯୋଗରେ ଅଛନ୍ତି ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଧେଶକ ରାକେଶ ଆସ୍ତାନା । ରାକେଶ ଆସ୍ତାନା ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ବୋଲି ଏବେ ଚର୍ଚ୍ଚା ହେଉଛି । ଓଡ଼ିଶାରେ ହଜାର ହଜାର କୋଟି ଟଙ୍କାର ଚିଟ୍ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତକୁ ସେହିଁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଛି । ବିଜେଡ଼ିର ପୂର୍ବତନ ଉପସଭାପତି ତଥା ପ୍ରାକ୍ତନ ମନ୍ତ୍ରୀ ଡା ଦାମୋଦର ରାଉତ କହିଛନ୍ତି ଯେ, ସିବିଆଇ ଚିଟ୍ଫଣ୍ଡ ମାମଲାକୁ ଶୀତଳ ଭଣ୍ଡାରକୁ ପଠାଇ ଦେଇଛି । ଅନେକ ମନ୍ତ୍ରୀ ଓ ବିଧାୟକଙ୍କୁ ସିବିଆଇ ଏକାଧିକ ଥର ନୋଟିସ ପଠାଇ ଚୁପ୍ ହୋଇ ବସିଗଲା । ଏଥିପାଇଁ ସିବିଆଇ ସହ ପ୍ରାୟ ୧୦୦ କୋଟି ଟଙ୍କାର ଡିଲ ହୋଇଥିବା ସେ କହିଛନ୍ତି । କାରଣ ଆସ୍ତାନା ଗତ ଜୁନ୍ ମାସରେ ଭୁବନେଶ୍ୱର ଆସି ମାରାଥନ ବୈଠକ କରିଥିଲେ । ତା’ପରେ ସିବିଆଇ ହାତ ବାନ୍ଧି ବସିଗଲା । ଏହି ପ୍ରସଙ୍ଗରେ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଆସ୍ତାନା ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ । ତେଣୁ ସେ ରାଜ୍ୟ ସରକାରଙ୍କ ସହ ଡିଲ କରିଥାଇପାରନ୍ତି । ସିବିଆଇ ଏକ ସ୍ୱତନ୍ତ୍ର ସଂସ୍ଥା ଭାବେ କାର୍ଯ୍ୟକରେ । ହେଲେ ଏହାର କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଯୋଗୁଁ ଚିଟ୍ଫଣ୍ଡ ମାମଲାର ତଦନ୍ତ ଆଗେଇ ପାରୁନଥିବା ସେ କହିଛନ୍ତି । ଦ।ମଦୋର ର।ଉତଙ୍କ ଏହି ବୟ।ନ ପରେ ର।ଜନୀତି ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here