ବେଆଇନ୍ ଗୋରୁ ଚାଲାଣ : ପିକଅପ୍ ଭ୍ୟାନକୁ ଭାଙ୍ଗି ଗୋରୁ ଉଦ୍ଧାର କଲେ ଯୁବକ

0
92

ନିଶ୍ଚିନ୍ତକୋଇଲି:(ସପ୍ତ ଜ୍ୟୋତି ର।ଉଳ) ବେଆଇନ ଗୋରୁ ଚ।ଲ।ଣ ବେଳେ ଧର।ପଡ଼ିଲା ପିକଅପ୍ ଭ୍ୟ।ନ୍ । ପିକଅପ୍ ଭ୍ୟାନକୁ ଭାଙ୍ଗି ଗୋରୁ ଉଦ୍ଧାର କଲେ ଅଜଣା ଯୁବକ । କଟିକଟା-ଜଇପୁର ରୋଡ଼ର ଅସୁରେଶ୍ବର କେନାଲ ବନ୍ଧ ଠାରେ ଗତକାଲି ର।ତି ଘଟିଛି ଏହି ଘଟଣା । ଏହି ରାସ୍ତା ଦେଇ ସବୁ ଦିନେ ଅବାଧରେ ବେଆଇନ ଗୋରୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ସୂଚନା ମୁତାବକ ଏହି ଗୋରୁ ବୋଝେଇ ପିକଅପ୍ ଭ୍ୟାନଟି ନରେନ୍ଦ୍ରପୁର ଅଂଚଳରୁ ସ୍ଥାନୀୟ ସୁକରପଡାକୁ ଆସୁଥିଲା ।

ଏହି ଗୋ ଚ।ଲ।ଣ ବିଷୟରେ ଜ।ଣିବ। ପରେ  ଗାଡ଼ିଟିକୁ ଫଲୋ କରି କିଛି ଅଜଣା ଯୁବକ ଅସୁରେଶ୍ବର କେନାଲ ବନ୍ଧ ଠାରେ ଗାଡ଼ିକୁ ଅଟକାଇ ୧୦ ଟି ଗୋରୁ ଉଦ୍ଧାର କରିବା ସହ ପିକଅପ୍ ଭ୍ୟାନଟିକୁ ଭାଙ୍ଗି ଦେଇଥିଲେ । ଘଟଣା ସ୍ଥଳରୁ ଭ୍ୟାନର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ବେଳେ ଖବର ପାଇ ନିଶ୍ଚିନ୍ତକୋଇଲି ପୋଲିସ ଘଟଣାସ୍ଥଳରେ ପହଂଚି ପିକଅପ୍ ଭ୍ୟାନଟିକୁ ଜବତ୍ କରି ଥାନାକୁ ଆଣିଛି । ପୋଲିସ ଏହି ଘଟଣାକୁ ନେଇ ତଦନ୍ତ ଜ।ରି ରଖିଛି ।

LEAVE A REPLY

Please enter your comment!
Please enter your name here