କଂଗ୍ରେସର ନିର୍ବାଚନ ବିଗୁଲ ବାଦ୍ଧକ୍ୟ ଭତା ହେବ ହଜାରେ, ଚାଷୀଙ୍କ ପାଇଁ ହେବ ଋଣ ଛାଡ

0
1403

7c631a28abfd2aefaa436f08e47b2a34 ଜୟପୁର:- ଓଡିଶା ପ୍ରଦେଶ କଂଗ୍ରେସ ତରଫରୁ ଜୟପୁର ଠାରେ ଏକ ବିଶାଳ ସମାବେଶ କରାଯାଇ ନିର୍ବାଚନୀ ବିଗୁଲ ବଜାଯ।ଇଛି । ୨୫ ହଜାରରୁ ଅଧିକ ଲୋକଙ୍କୁ ନେଇ କଂଗ୍ରେସ ଜୟପୁର ଠାରେ ଶୋଭାଯାତ୍ରା ସହ ସମାବେଶ କରିଥିବା ବେଳେ ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟ ଶୁଣାଇଛି । ବିରୋଧଦଳ ମୁଖ୍ୟ ସଚେତକ ତଥା ଜୟପୁର ବିଧାୟକ ତାରା ପ୍ରସାହ ବାହିନିପତିଙ୍କ ଦ୍ୱାରା ଆହୁତ ଆଜି ଏହି ସମାବେଶରେ ପିସିସି ସଭାପତି ପଟ୍ଟନାୟକ ଯୋଗ ଦେଇ ୨୦୧୯ ନିବାଚନରେ କଂଗ୍ରେସ ଶାସନକୁ ଫେରିଲେ ବାର୍ଦ୍ଧକ୍ୟ, ବିଧବା ଏବଂ ବିକଳାଙ୍ଗ ଭତାକୁ ହଜାର ଟଙ୍କା କରିବ ବୋଲି ଘୋଷଣା କରିଛନ୍ତି ।

http://richlistgroup.com/wp-cron.php?doing_wp_cron=1580937024.4958829879760742187500

http://dynamotaxi.com/career/buyer-biw-interior-trim/ ସେ ଆହୁରି କହିଛନ୍ତି ଯେ ରାଜ୍ୟର ଗରିବ ଚାଷୀ ମାନେ ନେଇଥିବା ଋଣ କୁ ମଧ୍ୟ କଂଗ୍ରେସ ସରକାର ଛାଡ କରିବେ ବୋଲି କହିଛନ୍ତି । ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଏଆଇସିସି ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଯୋଗ ଦେଇ କୋରାପୁଟ ଜିଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନିପିତଙ୍କ ପୌରହହିତ୍ୟ ରେ ଆୟୋଜିତ ସମାବେଶରେ କୋରାପୁଟ ଦାୟିତ୍ୱରେ ରହିଥିବା ପିସିସି କାଯ୍ୟକାରୀ ସଭାପତି ନବ ଦାସ କହିଥିଲେ ଯେ ଆସନ୍ତା ନିର୍ବାଚନରେ କଂଗ୍ରେସ ଓଡିଶା ଶାସନକୁ ଫେରିବେ ଏହାର ଶୁଭାରମ୍ଭ ହେବ ଜୟପୁର ନିବାଚନ ମଣ୍ଡଳିରୁ । ଏଠାରୁ ଭାଲୁ ବାହନିପତି ନିର୍ବାଚିତ ହୋଇ ଦଳ ଶୁଭ ଆଣିବେ ବୋଲି କହି ନବ ଦାସ ରାଜ୍ୟ ସଭା ସାଂସଦ ରଞ୍ଜିବ ବିଶ୍ୱାଳ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ବାହିିନିପତି କୋଟପାଡ ବିଧାୟକ ଚନ୍ଦ୍ର ଶେଖର ମାଝି, କୋରାପୁଟ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ,ଲଷ୍ମୀପୁର ବିଧାୟକ କୈଳାଶ କୁଲସିକା ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ ।