ଆଜି କ୍ୟାବିନେଟରେ ଖାଦ୍ୟ ସୁରକ୍ଷା ବିଲକୁ ମିଳିବ ଅନୁମୋଦନ

0
113

ଭୁବନେଶ୍ୱର :ର।ଜ୍ୟରେ ନିଜସ୍ୱ ଖ।ଦ୍ୟ ସୁରକ୍ଷା ବିଲ୍ ପ।ରିତ କରିବ।କୁ ଯ।ଉଛନ୍ତି ର।ଜ୍ୟ ସରକାର ଏନେଇ ଆଜି ସଂଧ୍ୟା ୫ଟା ୪୫ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ବିଲକୁ ଅନୁମୋଦନ ମିଳିବ । ଏତଦବ୍ୟତୀତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଅନୁମୋଦନର ମୋହର ବ।ଜିବ ।

ସୂଚନାଯୋଗ୍ୟଯେ, ନିକଟରେ ମୁଖ୍ୟମନ୍ତ୍ରୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ଏନଏଫଏସଏରୁ ବହୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଛନ୍ତି । କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟ ସରକାର ଏନେଇ ବାରବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେନ୍ଦ୍ର ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ରାଜ୍ୟ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ ନେଇ ନିଷ୍ପତି ନେଇଛି । ଫଳରେ ୩୪ ଲକ୍ଷରୁ ଉଦ୍ଧ୍ୱର୍ ହିତାଧିକାରୀ ଏହାଦ୍ୱାରା ଉପକୃତ ହୋଇପାରିବେ । ଗାନ୍ଧୀ ଜୟନ୍ତୀରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ।

LEAVE A REPLY

Please enter your comment!
Please enter your name here