ବିଜେପି ପ।ଇଁ ବିଜେଡି, ଟିଆର୍ଏସ୍ ଭୂମିକା ଗୁରୁତ୍ୱପୂର୍ଣ

0
620

ନୂଆଦିଲ୍ଲୀ,: ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଓ ଏହାର ମୁଖ୍ୟ କର୍ଣ୍ଣଧାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କମିବାରେ ଲାଗିଛି । ପ୍ରଥମ ଥର ପାଇଁ ମୋଦିଙ୍କ ଲୋକପ୍ରିୟତା ୫୦%ରୁ ତଳକୁ ଖସିଛି । ହେଲେ ଏନ୍ଡିଏ ଓ ୟୁପିଏର ଭୋଟ୍ ହାର ମଧ୍ୟରେ ବିଶେଷ କିଛି ତାରତମ୍ୟ ନାହିଁ । ଏନ୍ଡିଏକୁ ଏବେ ନିର୍ବାଚନ ହେଲେ ୩୬% ଭୋଟ୍ ମିଳିବା ସମ୍ଭାବନା ଥିବାବେଳେ ୟୁପିଏର ନୂଆ ସମୀକରଣ ଅନୁଯାୟୀ ୩୩% ଭୋଟ୍ ମିଳିପାରେ । ୟୁପିଏକୁ ପାଖାପାଖି ୨୨୪ ଆସନ ମିଳିବାକୁ ଥିବାବେଳେ ଏନ୍ଡିଏ ୨୨୮ ଆସନ ପାଇବାର ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ବେଶ୍ ଗୁରୁତ୍ୱ ବହନ କରୁଛି । ଯଦି ଏନ୍ଡିଏ ସହ ନିର୍ବାଚନ ପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଓ କେ. ଚନ୍ଦ୍ରଶେଖର ରାଓଙ୍କ ଟିଆର୍ଏସ୍ ବୁଝାମଣା କରନ୍ତି, ତାହେଲେ ସେମାନେ ସରକାର ଗଠନ କରିବେ । ଅପରପକ୍ଷରେ ଏହି ଦୁଇ ଦଳ ଆଗାମୀ ସାଧାରଣ ନିର୍ବାଚନ ପରେ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଇଣ୍ଡିଆ ଟୁ’ଡେର ମୁଡ୍ ଅଫ୍ ନେସନ୍ (ଏମ୍ଓଟିଏନ୍) ସର୍ଭେରେ ଉଲ୍ଲେଖ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ହିସାବରେ ଏବେ ବି ସେ ଅନ୍ୟ ନେତାଙ୍କ ତୁଳନାରେ ଲୋକଙ୍କ ପସନ୍ଦ ତାଲିକାରେ ଶୀର୍ଷ ନରେନ୍ଦ୍ର ମୋଦି ଅଛନ୍ତି । ଅପରପକ୍ଷରେ ୨୦୧୯ରେ ବିକଳ୍ପଭାବେ ରାହୁଲ ଗାନ୍ଧିଙ୍କୁ ପ୍ରାୟ ୪୬% ଲୋକେ ପସନ୍ଦ କରୁଥିବା ସର୍ଭେରୁ ଜଣାପଡିଛି । ସର୍ଭେ ଅନୁଯାୟୀ ବିକଳ୍ପ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ରାହୁଲଙ୍କ ସମର୍ଥନ ୧୪% ବୃଦ୍ଧି ପାଇଛି ।ସର୍ଭେ ଅନୁଯାୟୀ ୨୦୧୮ ଜାନୁଆରୀରେ ମୋଦିଙ୍କର ଲୋକପ୍ରିୟତା ୫୩% ଥିଲା । ଜୁଲାଇ ୨୦୧୮ରେ ଏହା ୪୯% ଖସିଛି । ୨୦୧୬ ନଭେମ୍ବର ୮ ତାରିଖ ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣା କରିଥିଲେ । ସେହିଭଳି ୧୯୬୦ରେ ଆର୍ଥôକ କ୍ଷେତ୍ରରେ ଏକ ଗୁରୁତର ସଂସ୍କାର ଆଣି ଇନ୍ଦିରା ଗାନ୍ଧି ବ୍ୟାଙ୍କଗୁଡିକର ଜାତୀୟକରଣ ଘୋଷଣା କରିଥିଲେ । ବିମୁଦ୍ରୀକରଣ ପରେ ୨୦୧୮ ଜାନୁଆରୀରେ ହୋଇଥିବା ସର୍ଭେରେ ମୋଦିଙ୍କର ଏହି ଘୋଷଣା ଲାଗି ତାଙ୍କ ଲୋକପ୍ରିୟତା ୬୫% ହୋଇଥିଲା । ମାତ୍ର ତ୍ରୁଟିପୂର୍ଣ୍ଣ ଯୋଜନା, ସଠିକ୍ଭାବରେ ପ୍ରଣୟନ ନହେବା ଏବଂ ଆର୍ଥôକ ଅନିଶ୍ଚିତତା ଓ ବିମୁଦ୍ରୀକରଣ ଯୋଗୁଁ ବିଭିନ୍ନ ସ୍ଥାନରେ ଲୋକଙ୍କ ମୃତୁ୍ୟ ଧୀରେ ଧୀରେ ଲୋକପ୍ରିୟତାକୁ ହ୍ରାସ କରିଥିଲା । ସରକାର ବିକାଶ ପାଇଁ ଗର୍ବ କରୁଥିଲେ ହେଁ ଭାରତୀୟ ଅର୍ଥନୀତି ଗୁରୁତର ସଂକଟରେ ରହିଛି, ଏହା ସ୍ୱୀକାର୍ଯ୍ୟ । ଏହାଛଡା ବିଭିନ୍ନ ସଂସ୍ଥାର ସର୍ଭେ, ଉପନିର୍ବାଚନ, ରୋଚକପୂର୍ଣ୍ଣ ତଥ୍ୟ ଓ ଅନ୍ୟାନ୍ୟ ସମାନ ଘଟଣାଗୁଡିକରେ ରାହୁଲ ଗାନ୍ଧିଙ୍କର ଲୋକପ୍ରିୟତା ବୃଦ୍ଧି କରିଛି । ତେବେ ୨୦୧୪ରେ କଂଗ୍ରେସ ଓ ଏହାର ସହଯୋଗୀ ଦଳ ଭଲ ପ୍ରଦର୍ଶନ କରିନଥିଲେ । ତେବେ ୨୦୧୯ରେ ଯଦି କଂଗ୍ରେସ ସହ ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି,ତୃଣମୂଳ କଂଗ୍ରେସ ମେଣ୍ଟ କରି ନିର୍ବାଚନ ଲଢନ୍ତି ତାହେଲେ ମୋଦି ଲହରକୁ ଚେକ୍ ଦେବାର ସମ୍ଭାବନା ରହିଛି । ସିଏସ୍ଡିଏସ୍ର ଆକଳନ ଅନୁଯାୟୀ ଏହି ସମୀକରଣ ସମଗ୍ର ଦେଶରେ ୪୧% ଭୋଟ୍ ପାଇବ । ଯାହା କେନ୍ଦ୍ର ସରକାର ଗଠନ କରିବା ପାଇଁ ସକ୍ଷମ ହୋଇପାରେ । ଉପନିର୍ବାଚନଗୁଡିକର ଫଳାଫଳକୁ ସମନ୍ୱିତ କଲେ ଜଣାପଡୁଛି ଯେ ୟୁପିଏ ସହ ବିଏସ୍ପି, ଏସ୍ପି ରହିଲେ ସେମାନେ ୪୫.୩% ଭୋଟ୍ ପାଇପାରିବେ । ଏହି ତୁଳନାରେ ଏନ୍ଡିଏ ୩୬% ଭୋଟ୍ ପାଇବ । ଯଦି ୟୁପିଏ ଏକାକୀ ନିର୍ବାଚନକୁ ଯାଏ, ତାହେଲେ ସେମାନଙ୍କ ଭୋଟ୍ ହାର ୩୨% ରହିବ । ପ୍ରଧାନମନ୍ତ୍ରୀ ହିସାବରେ ନରେନ୍ଦ୍ର ମୋଦିଙ୍କୁ ଅଧିକାଂଶ ଲୋକ ପସନ୍ଦ କରିଛନ୍ତି । ରାହୁଲଙ୍କୁ ଦକ୍ଷିଣ ଭାରତରୁ ୫୬% ଲୋକ ସମର୍ଥନ କରୁଥିବାବେଳେ ପଶ୍ଚିମ ଭାରତରେ ୫୨% ଓ ଉତ୍ତର ଭାରତରେ ୩୬% ଲୋକ ମୋଦିଙ୍କ ବିକଳ୍ପଭାବେ ପସନ୍ଦ କରୁଛନ୍ତି । ତେବେ ରାହୁଲଙ୍କ ଗ୍ରହଣଯୋଗ୍ୟତା ୧୪%ରୁ ୩୨%କୁ ୨୦୧୬ ଫେବ୍ରୁଆରୀ ପରେ ବୃଦ୍ଧି ପାଇଛି ।ଦେଶର ପ୍ରଧାନମନ୍ତ୍ରୀ ଭାବେ ମୋଦି ଶୀର୍ଷରେ ରହିଛନ୍ତି । ସର୍ଭେ ଅନୁଯାୟୀ ୧୨,୧୦୦ ଲୋକଙ୍କ ମତାମତ ନିଆଯାଇଛି । ଏଥିରେ ନରେନ୍ଦ୍ର ମୋଦିଙ୍କୁ ୨୬% ଲୋକେ ସମର୍ଥନ କରୁଥିବାବେଳେ ଇନ୍ଦିରା ଗାନ୍ଧିଙ୍କୁ ମାତ୍ର ୨୦% ଲୋକ ଭଲ ପ୍ରଧାନମନ୍ତ୍ରୀଭାବେ ପସନ୍ଦ କରିଛନ୍ତି । ସେହିଭଳି ନିକଟରେ ମୃତୁ୍ୟବରଣ କରିଥିବା ଅଟଳ ବିହାରୀ ବାଜପେୟୀଙ୍କୁ ତୃତୀୟ ଭଲ ପ୍ରଧାନମନ୍ତ୍ରୀଭାବେ ପସନ୍ଦ କରି ୧୨% ଭୋଟ୍ ଦେଉଛନ୍ତି । ହେଲେ ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ପସନ୍ଦ ହାର ୧୦%କୁ ହ୍ରାସ ପାଇଛି । ତେବେ ଦେବଗୌଡା, ନରସିଂହ ରାଓ, ଚନ୍ଦ୍ରଶେଖର, ବିଶ୍ୱନାଥ ପ୍ରତାପ ସିଂହଙ୍କୁ ଭଲ ପ୍ରଧାନମନ୍ତ୍ରୀଭାବେ ୧% ଲୋକେ ପସନ୍ଦ କରିଛନ୍ତି ।

LEAVE A REPLY

Please enter your comment!
Please enter your name here