ଦାମଙ୍କ ପଛରେ କ’ଣ କମ ବାଟିଆ ,ଦାମଙ୍କ କ୍ୟାରିୟର ଦୁର୍ନୀତିରୁ ଆରମ୍ଭ: ବିଷ୍ଣୁ ଦାସ

0
668

ଭୁବନେଶ୍ୱର: ଦ।ମ ର।ଉତ ବିଜେଡ଼ି ରୁ ଵହିଷ୍କ।ର ହେବା ପରେ ତ।ଙ୍କ ବିରୋଧରେ ଆଜି ତ।ଙ୍କ ର।ଜନୈତିକ ବିରୋଧୀ ବିଷ୍ଣୁ ଦ।ସ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଦ।ମ ର।ଉତ ପଛରେ କଣ କମ ବ।ଟିଆ କି, ତ।ଙ୍କ ବିରୋଧରେ ମଧ୍ୟ ଦୁର୍ନୀତି ରହିଛି । ଗତକାଲି ଦ।ମ ର।ଉତ  ‘ମୁଁ ଦୁର୍ନୀତି ବିରୋଧରେ ସଂଗ୍ରାମ କରୁଛି’ ଆଉ କରୁଥିବି ମଧ୍ୟ କହିବ। ପରେ ଆଜି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ତାଙ୍କର ପୋଲ ଖୋଲିଛନ୍ତି । ଗତ କିଛି ଦିନ ହେଲା ଦାମଙ୍କ ମୁହଁରୁ ବାଣ ବାହାରୁଥିବାବେଳେ ଆଜି ତାଙ୍କର ଚିରାଚରିତ ଶତ୍ରୁ ବିଷ୍ଣୁ ଦାସ ତାଙ୍କୁ ପାଲଟା ବାଣ ମାରିଛନ୍ତି ।

ଦାମଙ୍କ ବହିଷ୍କାରର ୨ ଦିନ ପରେ ଦାମଙ୍କ ବିରୋଧରେ କଟୁ ପ୍ରତିକ୍ରିୟା ଦେଇଛନ୍ତି ବିଷ୍ଣୁ ଦାସ । ଦୁର୍ନୀତି ବିରୋଧରେ ଦାମ, ଆନ୍ନା ହଜାରେଙ୍କ ଭଳି ସଂଗ୍ରାମ କରିବେ ବୋଲି କହିଥିବାବେଳେ ବିଷ୍ଣୁ ଦାସ ଏହି କଥାକୁ ହସରେ ଉଡ଼ାଇ ଦେଇଛନ୍ତି ।
ଶ୍ରୀ ଦାସ କହିଛନ୍ତି ଯେ, ଦାମୋଦର  ଆନ୍ନା କାହିଁକି, ଜୟପ୍ରକାଶଙ୍କ ନାମ ନେଉନାହାନ୍ତି । ଆନ୍ନା ହଜାରେ କେଉଁଠି, ଇଏ କେଉଁଠି ବୋଲି କହି ଦାମଙ୍କୁ ତାଚ୍ଛଲ୍ୟ କରିଛନ୍ତି । ଆନ୍ନା ହଜାରେ କ’ଣ ଦୁର୍ନୀତି କରୁଥିଲେ ବୋଲି ବିଷ୍ଣୁ ପ୍ରଶ୍ନ କରିଛନ୍ତି । ଆଉ ସେ ଏକଥ। ବି କହିଛନ୍ତି  ଦାମଙ୍କ କ୍ୟାରିୟର ଦୁର୍ନୀତିରୁ ଆରମ୍ଭ ହୋଇଛି ।

୧୯୭୪ ମସିହାରେ ପଶୁ ଡାକ୍ତର ଥିବାବେଳେ ଦାମ ଦୁର୍ନୀତିରେ ପଶିଥିଲେ । ସେ ଯେତେବେଳ ଷ୍ଟୋର ଦାୟିତ୍ୱରେ ଥିଲେ, ସେତେବେଳେ ସିମେନ ଦୁର୍ନୀତିରେ ଫଶିଥିଲେ । ତେବେ ପ୍ରତାପ ମହାନ୍ତିଙ୍କ ଜରିଆରେ ବିଜୁ ବାବୁଙ୍କୁ ଭେଟି ଦାମ ଦଳରେ ମିଶିଥିଲେ ବୋଲି ବିଷ୍ଣୁ ଦାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here