ନୂଆ ଦଳ ଘୋଷଣା କଲେ ଦାମ ରାଉତ : ବିଜୁ ସମତାକ୍ରାନ୍ତୀ ଦଳ

0
297

 

http://bandarbaju.com/?/

ଭୁବନେଶ୍ୱର :ବିଜେଡିରୁ ବିଦା ହେବା ପରେ ଶେଷରେ ଡାକ୍ତର ଦାମୋଦର ରାଉତ ସବୁ କଳ୍ପନାଜଳ୍ପନାକୁ ଅନ୍ତଘଟାଇ ନୂଆ ଦଳ ଗଠନ କରିଛନ୍ତି । ସମତାକ୍ରାନ୍ତିର ନେତା ବ୍ରଜକିଶୋର ତ୍ରିପାଠୀଙ୍କ ସହ ମିଶି ନୂଆ ଦଳ ଆଜି ଘୋଷଣା କରିଛନ୍ତି । ସମତାକ୍ରାନ୍ତି ଦଳ ସହ ମିଶାଇ ନୂଆ ଦଳର ନାଁ ରଖିଛନ୍ତି “ବିଜୁ ସମତାକ୍ରାନ୍ତି” ।  ଗୋଟିଏ ପଟେ ପୂର୍ବତନ ଆଇପିଏସ ପ୍ରକାଶ ମିଶ୍ର ବିଜେପିରେ ସାମିଲ ହେବେବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ ଏହି ଚର୍ଚ୍ଚାରେ ଯବନିକା ପକାଇଛନ୍ତି ଡାକ୍ତର ଦାମୋଦର ରାଉତ  । ପ୍ରକାଶ ମିଶ୍ର ବିଜେପି ନୁହେଁ ନୂତନ ଆଂଚଳିକ ଦଳ ‘ବିଜୁ ସମତା କ୍ରାନ୍ତି’ ଦଳରେ ସାମିଲ ହେବେ  । ସେହିପରି ପୂର୍ବତନ ଆଇଏଏସ ଅଫିସର ତଥା ପ୍ରକାଶଙ୍କ ଭାଇ ପ୍ରସନ୍ନ ମିଶ୍ର ମଧ୍ୟ ଏହି ନୂତନ ଦଳରେ ଯୋଗ ଦେବେ  । ଏହାଛଡ଼ା ଓଡ଼ିଶା ପ୍ରଗତି ଦଳ ନୂତନ ଆଂଚଳିକ ଦଳରେ ମିଶିବ ବୋଲି ଦାମ ସୂଚନା ଦେଇଛନ୍ତି ।ଆଜି ଏଠାରେ ଏକ ସାମ୍ବାଦିକ ସମ୍ମଳିନୀରେ ଡାକ୍ତର ରାଉତ ଏହି ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ରାଉତଙ୍କ ସହ ସମତାକ୍ରାନ୍ତିର ନେତା ବ୍ରଜକିଶୋର ତ୍ରିପାଠୀ ଓ ଓଡ଼ିଶା ଜନମୋର୍ଚ୍ଚାର ନେତା ଯଜେ୍ଞଶ୍ୱର ବାବୁ ସାମିଲ ହୋଇଛନ୍ତି ।

http://audiodescription.co.uk/directory/describers/certificate-in-audio-description-skills-screen/dance/site-specific-performance?font_size=decrease

 

Buy Alprazolam Cheap Online