ଭଟଲି ଗୁଳିମାଡ଼ ଘଟଣାରେ ବିଜେପି ନେତା ଇରାଶିଷ ଆଚାର୍ଯ୍ୟ ଗିରଫ

0
89

ବରଗଡ : ଜୁନ ପହିଲାରେ ବରଗଡ଼ ବିଜେପି ଦଳୀୟ କାର୍ଯ୍ୟାଳୟ ନିକଟରେ ଗୁଳିମାଡ଼ ହୋଇଥିଲା । ଗୁଳିମାଡ଼ରେ ନାରାୟଣ ସତନାମି ଓରଫ ବୁଲୁ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।
ଏହି ଘଟଣାରେ ପୁଲିସ ଜଣେ ବିଜେପି ନେତାଙ୍କୁ ଗିରଫ କରିଛି । ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରାଯାଇଛି ।ବୁଲୁ ବିଜେପି ନେତା ଇରାଶିଷ ଆଚାର୍ଯ୍ୟଙ୍କ ଘରକୁ ଯାଇଥିବାବେଳେ ବବଲୁ ଓ ପ୍ରମୋଦ ମଧ ସେଠାରେ ଉପସ୍ଥିତ ଥିଲେ । ତେବେ ଅଜଣା କାରଣରୁ ଉଭୟ ବୁଲୁଙ୍କ ଉପରେ ଗୁଳି ଚଳାଇ ଫେରାର ହୋଇଯାଇଥିଲେ ।

ପୁଲିସ ଏନେଇ ଖୋଳତାଡ଼ ଜାରି ରଖିଥିଲା । ଆଜି ପୁଲିସ ସୁନୀଲଙ୍କ ଘରକୁ ଯାଇ ତାଙ୍କ ପୁଅ ଇରାଶିଷଙ୍କୁ ପଚରାଉଚରା କରିଥିଲା । ପରେ ପୁଲିସ ଇରାଶିଷଙ୍କୁ ଗିରଫ କରିଛି ।
ଏହି ଘଟଣାରେ ପୁର୍ବରୁ ଦୁଇଜଣ ଗିରଫ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here