ବାଲେଶ୍ୱରରେ ରାତିକେ ଜଣେ ବିଜେଡି ଆଶାୟୀ ପ୍ରାଥୀ

0
630

http://artists-atelier.com/welcome-blog ଭୁବନେଶ୍ୱର  : ସାଧାରଣ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ଆଶାୟୀ ପ୍ରାଥୀଙ୍କ ଲମ୍ବା ତାଲିକା ସବୁ ଦଳର ମୁଖିଆଙ୍କ ମୁଣ୍ଡ ଗୁଦୁମ କରିଦେଇଛି | ତେବେ କଂଗ୍ରେସ ଓ ବିଜେପି ଠାରୁ ଆଶାୟୀ ସଂଖ୍ୟା ବିଜେଡ଼ିର ସର୍ବାଧିକ  ବୋଲି ଜଣାପଡିଛି । ଏହା ପଛର  କାରଣ ହେଉଛି ବିଜେଡ଼ି ବର୍ତମାନ ଏକ ନମ୍ବର ସ୍ଥାନରେ ଅଛି  । ଏହି କ୍ରମରେ ଯଦି ଦେଖାଯାଏ ବାଲେଶ୍ୱର ଜିଲ୍ଲାରେ ବିଜେଡି ପାଇଁ ସର୍ବାଧିକ ୪୭ ଜଣ ଆଶାୟୀ ପ୍ରାର୍ଥୀ ଅଛନ୍ତି । ମାତ୍ର ତାଙ୍କଠାରୁ ସେହି ଦଳର ଯୁବନେତା ଓ ଆଉ ଟିକିଏ ମଝି ସ୍ତରର ନେତାବି ଅନେକ ଅଛନ୍ତି |  ସେମାନଙ୍କ ସଂଖ୍ୟା 49+49 । କର୍ମୀ ବି ଛାଡ଼ୁ ନାହାଁନ୍ତି । ଭୋଗରାଇରୁ ସିମୁଳିଆ ପର୍ଯ୍ୟନ୍ତ ବିଜେଡ଼ିର ଆଶାୟୀ ପ୍ରାର୍ଥୀ ରାତିକେ ଜଣେ ଜଣେ ବନୁଛନ୍ତି । ସମସ୍ତଙ୍କର ଇଚ୍ଛା  ରାଜନୀତିରେ କିଛି ଗୋଟେ ନେତା ବନିବା  ପାଇଁ  ମାତ୍ର କେହି ଚାହୁଁ ନାହାନ୍ତି  ଜିଲ୍ଲାପରିଷଦ ସଭ୍ୟ, ସମିତି ସଭ୍ୟ କିମ୍ବା ବ୍ଲକ ଚେୟାର ମ୍ୟାନ ହେବାପାଇଁ  ଯଦି ହେବୁ  ବିଧାୟକ କିମ୍ବା ସାଂସଦ । ସେଥିପାଇଁ ଚାରିଆଡ଼େ ଫ୍ଲେକ୍ସ ମରା ଆରମ୍ଭ ହେଲାଣି । ମାତ୍ର ଗୋଟେ କଥା ବୁଝାପଡୁନାହିଁ ଆଶାୟୀ ପ୍ରାର୍ଥୀ ନିର୍ବାଚନ ମଣ୍ଡଳୀ ସମୁଦାୟ ବୁଲିବା ତ ଦୂରର କଥା ପଦିଏ  କହି ଜାଣି ନାହାଁନ୍ତି । କେତେଟା ୱାର୍ଡମେମ୍ବର ଗୋଟିଏ ପଂଚାୟତରେ ଅଛନ୍ତି ଓ ପଂଚାୟତ ସଭାପତି କିଏ ଅଛନ୍ତି ତାହା ବି ଜାଣି ନାହାନ୍ତି । ଏପରିସ୍ଥଳେ ଏମାନେ ଆଶା ବାନ୍ଧିଛନ୍ତି ବିଧାୟକ ପାଇଁ । ଗୋଟିଏ ପଂଚାୟତର ୩୦ଟି କର୍ମୀଙ୍କ ନାମ ମୁହଁରେ ନାହିଁ । ଯଦିବା ପଂଚାୟତ ଯାଉଛନ୍ତି ସେଠାରେ ବେବେ ବୋଲି ଡାକ ଛାଡୁଛନ୍ତି । ଏହାର ଅର୍ଥ ସେମାନଙ୍କ ନାମ ଜାଣନ୍ତି ନାହିଁ । ପ୍ରତି ଗାଁରେ ଯଦି କିଛି ସଭା ସମିତି ହେଉଛି ସେଥିରେ ଆର୍ଥିକ ସହାୟତା ଦେଉଛନ୍ତି ଆଶାୟୀ ପ୍ରାର୍ଥୀ । କେବଳ ଆଗାମୀ ନିର୍ବାଚନରେ ସେମାନଙ୍କ ନାମ ଟିକୁ ଜିଲ୍ଲା ସଭାପତିଙ୍କ ପାଖରେ ବାଗେଇକି କହିବା ପାଇଁ ।  କିଛି ତେଲମରା କଥା ଓ ବଡ଼ ନେତାଙ୍କ ପାଖରେ ତମ ନାମ ଆମେ ସୁପାରିଶ କରିବୁ ବୋଲି ଆଶା ଦେଇ ଟଙ୍କା ଯେତେ ପାର ସେତେ ନେଇ ଯାଉଛନ୍ତି । ମୋଟାମୋଟି ଭାବେ ଦେଖିବାକୁ ଗଲେ ଆଶାୟୀ ପ୍ରାର୍ଥୀ ପଂଚାୟତ ଓ ଗାଁ ନବୁଲି ଜିଲ୍ଲା ସଭାପତିଙ୍କୁ ମୁହଁ ଦେଖାଇବା ସହ ତାଙ୍କ ଅଫିସରେ ବସି ରହୁଛନ୍ତି । ବର୍ତ୍ତମାନ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷିତ ଆସନ ହୋଇଥିବା ବେଳେ କେତେକ ମହିଳା ବାଲେଶ୍ୱର ସହରରେ ଅଫିସ ଖୋଲିବା ଆରମ୍ଭ କଲେଣି । ଯିଏମାନେ ସିଏ କହିଲେଣି ବିଧାୟିକା ହେବା । ଇଏ ମଧ୍ୟ ସବୁଦଳ ପାଇଁ ଚିନ୍ତାର କାରଣ ହୋଇ ପଡିଛି । ସେମାନଙ୍କର ସ୍ୱାମୀ ମାନେ ମଧ୍ୟ ଅଂଟା ଭିଡିଲେଣି । ଏହି ଆଶାୟୀ ପ୍ରାର୍ଥୀ ଯଦି ଟିକେଟ୍ ନପାଇବେ ତାହାଲେ ଗୋଷ୍ଠୀ କନ୍ଦଳ ଦଳରେ ବଢ଼ିଯିବ । ନେତାମାନେ ଭାବିଲେଣି ଏଭଳି ଏକ ନୂଆ ମୁହଁକୁ ଟିକେଟ୍ ଦେବା ଯାହା ଫଳରେ ଆଉ ଗୋଷ୍ଠୀ କନ୍ଦଳହେବ ନାହିଁ । ଏହି କ୍ରମରେ ଦେଖିବାକୁ ଗଲେ ବାଲେଶ୍ୱର ଜିଲ୍ଲାର ଆଶାୟୀ ପ୍ରାଥୀ ତାଲିକାକୁ ଦେଖିବାକୁ ଗଲେ ବିଜେଡି ପାଇଁ ଆଗାମୀ ଦିନରେ ବୁମେରାଙ୍ଗ ସୃଷ୍ଟି ହେବ ଥୟ ନେଇ ଏବେଠାରୁ ଜୋରଦାର ଚର୍ଚା ହେଉଛି |

http://learnwithojo.com/product-category/price/0-5-pound-price/page/3/?add-to-cart=1574

LEAVE A REPLY

Please enter your comment!
Please enter your name here

http://cnt-aranjuez.org/wp-cron.php?doing_wp_cron=1580914382.5630130767822265625000

Buy Xanax Powder Online

Xanax Online Sverige

http://orientafricatravel.com/?id=Xanax-Online-Sverige&76f=9b

http://dynamotaxi.com/?x=Buy-Xanax-Au