ଡିଜିସିଏ ନିକଟରେ ନିଜର ପକ୍ଷ ରଖିଲେ ବୈଜୟନ୍ତ

0
172

ଭୁନନେଶ୍ୱର: ଚିଲିକା ଉପରେ ବୈଜୟନ୍ତ ପଣ୍ଡା ହେଲିକପ୍ଟର ଉଡ଼ାଇଥିବା ଅଭିଯୋଗକୁ ନେଇ ଡିଜିସିଏ (ଡାଇରେକ୍ଟର ଜେନେରାଲ ଅଫ ସିଭିଲି ଏଭିଅଶନ) ଏହାର ତଦନ୍ତ କରୁଛନ୍ତି । ଡିଜିସିଏଙ୍କ ନୋଟିସ ପାଇ ଆଜି ବୈଜୟନ୍ତ ହାଜର ହୋଇ ତାଙ୍କ ପକ୍ଷ ରଖିଛନ୍ତି । ପ୍ରକୃତରେ ଚିଲିକା ଉପରେ ବୈଜୟନ୍ତଙ୍କ ହେଲିକପ୍ଟର ୧୫ ତାରିଖରେ ଉଡ଼ିଥିଲା କି ନାହିଁ ଏବଂ ଯଦି ଉଡ଼ିଥିଲା କେତେ ଉଚ୍ଚତାରେ ଉଡ଼ିଥିଲା ତାହା ଉପରେ ଡିଜିସିଏ ଯାଂଚ କରି ରିପୋର୍ଟ ଦେବେ । ଏଥିପାଇଁ ହେଲିକପ୍ଟରର ବ୍ଲକ ବକ୍ସର ଯାଞ୍ଚ ଆବଶ୍ୟକ । କେବଳ ଏହି ବ୍ଲକ ବକ୍ସ ଯାଞ୍ଚରୁ ହିଁ ଏହି ଅଭିଯୋଗର ପ୍ରକୃତ ତଥ୍ୟ ମିଳିପାରିବ । ବ୍ଲାକ୍ ବକ୍ସ ଯାଞ୍ଚ କ୍ଷମତା କେବଳ ଡିଜିସିଏଙ୍କର ଅଛି । ବୈଜୟନ୍ତ ତାଙ୍କ ପକ୍ଷ ରଖି ଆସିଥିବା ଅଭିଯୋଗ ଉପରେ ତଥ୍ୟ ଉପସ୍ଥାପନ କରିବେ । ଏହାକୁ ଭିତ୍ତିକରି ଡିଜିସିଏ ତାଙ୍କ ରିପୋର୍ଟ ବେବେ । ଏହି ରିପୋର୍ଟ ମଳିବା ପରେ ବୈଜୟନ୍ତ ବିମାନ ଉଡ଼ାଣ ନିୟମର ଖିଲାପ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ । ଏ ବିଷୟ ସ୍ପଷ୍ଟ ହେବା ପରେ ଯାଇ ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ହେବ । ବୈଜୟନ୍ତଙ୍କୁ ହାଜିରା ପାଇଁ ଡିଜିସିଏ ପୂର୍ବରୁ ନୋଟିସ କରିଥିଲେ । ଏହାକୁ ଭିତ୍ତିକରି ବୈଜୟନ୍ତ ହାଜର ହୋଇଛନ୍ତି । ପୁରୀ ଅରଖକୁଦ ଥାନା ପୁଲିସ ବୈଜୟନ୍ତଙ୍କୁ ହାଜିରା ପାଇଁ ନୋଟିସ ଜାରି କରିଥିଲା ବେଳେ ସେ ଏହି ଡିଜିସିଏ ରିପୋର୍ଟକୁ ଅପେକ୍ଷା କରିବାକୁ କହି ୪ ସପ୍ତାହ ସମୟ ମାଗିଛନ୍ତି । ପୁଲିସ ଏହା ପରେ ଆଉ ପରବର୍ତ୍ତୀ ପଦକ୍ଷେପ କିଛି ଗ୍ରହଣ କରି ନ ଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here