ମୁଖ୍ୟମନ୍ତ୍ରୀଙ୍କ ଜବାବର ପ୍ରତିକ୍ରିୟାରେ ଟ୍ଵିଟ୍‌ କଲେ ବୈଜୟନ୍ତ ପଣ୍ଡା

0
315

ଭୁବନେଶ୍ୱର: ଆଜି ବୈଜୟନ୍ତଙ୍କ ତୃତୀୟ ମହଲ। ଟ।ର୍ଗେଟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯେଉଁମାନେ ତୃତୀୟ ମହଲାକୁ ଟାର୍ଗେଟ କରୁଛନ୍ତି, ସେମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ପ୍ରସଙ୍ଗ ନ ଥିବାରୁ ସେମାନେ ମୋ କାର୍ଯ୍ୟାଳୟକୁ ଟାର୍ଗେଟ କରୁଛନ୍ତି । ଯେଉଁ ଦଳୀୟ ନେତା ତୃତୀୟ ମହଲାକୁ ଟାର୍ଗେଟ କରିଛନ୍ତି, ତାଙ୍କୁ ସମୟ ଆସିଲେ ଉତ୍ତର ଦିଆଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏହି ବୟାନ ପରେ ନିଜ ଟ୍ଵିଟର ଜରିଆରେ ଜବାବ ଦେଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।

 

ଆଜି ଏହ।ର କିଛି ସମୟ ପରେ ଶ୍ରୀ ପଣ୍ଡା ଟ୍ଵିଟ୍‌ କରି ଲେଖିଛନ୍ତି ଯଦି ପ୍ରସଙ୍ଗ ନଥିଲା ତ।ହେଲେ ମୁଁ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ବେଳେ କାହିଁକି ୫ ପ୍ଲାଟୁନ୍ ଫୋର୍ସ ନିଶ୍ଚିନ୍ତାକୋଇଲି ଓ ବଚୁହାଳେରେ ନିୟାଜନ କରାଗଲା। ବିଜୁ ବାବୁ ମଧ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ନେଉଥିଲେ। ମୁଁ ଏବେ ବି ମୋ ଦଳର ନେତାଙ୍କୁ ମୋ ବିଶ୍ୱନୀୟତା ପରୀକ୍ଷା କରିବାକୁ ଅନୁରୋଧ କରୁଛି ବୋଲି ବୈଜୟନ୍ତ ଟ୍ଵିଟ୍‌ କରି ତୃତୀୟ ମହଳା ସହିତ ଚାଲିଥିବା ବିବାଦକୁ ନୂଆ ମୋଡ଼ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here