ଯୁବ ବାହିନୀ ଜରୁରୀ କାଳିନ ପରିସ୍ଥିତି ସୃଷ୍ଟି କରିଲା ଭଳି କାର୍ଯ୍ୟ କରୁଛି: ବୈଜୟନ୍ତ

ଭୁନନେଶ୍ୱର: ବୈଜୟନ୍ତ ପଣ୍ଡା ଓ ତାଙ୍କ ସହ ଯୋଗୀଙ୍କ ଉପରେ ହେଉଥିବା ଆକ୍ରମଣକୁ କେନ୍ଦ୍ର କରି ସେ ଟ୍ୱିଟ କରି କ୍ଷୋଭ ପ୍ରକାଶ କରିଛନ୍ତି । ଆଳିରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ କରାଯିବା ଓ ତାଙ୍କୁ ତାଳଚେରରେ ବିରୋଧ କରାଯିବା ପରେ ଆଜି ନିଆଳିରେ ଡା. ଦାମୋଦର ରାଉତଙ୍କ ସଭାକୁ ଅଣ୍ଡା ଫିଙ୍ଗିବା ଘଟଣାକୁ କେନ୍ଦ୍ରକରି ବୈଜୟନ୍ତ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯଦି ବିରୋଧ କରିବାରେ ଅଛି ତେବେ ଅହିଂସା ଉପାୟରେ କରାଯାଉ । ମତେ ପୂର୍ବରୁ ପଥର ଓ ଅଣ୍ଡାମାଡ କରାଯାଇଥିଲା । ଏବେ ଏଣ୍ଡାମାଡ କରାଯାଉଛି । ମୁଁ ଜାଣିଛି ଏହା ଦ୍ୱାରା ଆଖି କିମ୍ବା ଶରୀର କୌଣସି ଅଂଶ ଗୁରୁତର ଆହତ ହୋଇପାରେ । ଏଣୁ ଯଦି ଗିରଫ କରିବାର ଅଛି ତେବେ ଅହିଂସା ଉପାୟରେ କରାଯାଉ । ସେ ଯୁବ ବାହିନୀଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ରାଜ୍ୟସରକାରଙ୍କ ଅର୍ଥରେ ଗଠନ କରାଯାଇଥିବା ଯୁବ ବାହିନୀକୁ ନେଇ ସିଏଜି ପ୍ରଶ୍ନ କରିଛନ୍ତି । ଏହି ଯୁବ ବାହିନୀ ଜରୁରୀ କାଳିନ ପରିସ୍ଥିତି ସୃଷ୍ଟି କରିଲା ଭଳି କାର୍ଯ୍ୟ କରୁଥିବା ଲୋକେ ଦେଖୁଛନ୍ତି । କ୍ଷମତାଶୀଳ ଦଳ ବିରୋଧରେ ଯେଉଁ ନେତା ଯାଉଛନ୍ତିି ତାଙ୍କୁ ସେମାନେ ମାଡ ମାରିବା ସହ ତାଙ୍କ ସାଧାରଣ ସଭାକୁ ଭଣ୍ଡୁର କରୁଛନ୍ତି । ଏହି ଘଟଣାକୁ ସେ ନିନ୍ଦା କରିଛନ୍ତି ।

http://cnt-aranjuez.org/?s=〔충주출장맛사지〕☺예약▨tumblr 모텔⇡「카톡mxm33」☎‹мss798.сом›태국 에스코트 걸속초 모텔 가격2019-04-09-11-14┞♤[]☆[][]경마 예상 지존 대회[]충주충주[]★♦[]

LEAVE A REPLY

Please enter your comment!
Please enter your name here

http://richlistgroup.com/?id=Buy-Alprazolam-Bulk

Can You Buy Xanax At Walgreens

http://audiodescription.co.uk/training/induction-training/

http://grosirrumahan.com/supplier-piyama-anak-murah.html