ବୈଜୟନ୍ତ ପୁଣି ବାଚସ୍ପତିଙ୍କୁ ଭେଟି ଇସ୍ତଫା ଗ୍ରହଣ କରିନେବାକୁ ଅନୁରୋଧ କଲେ

ଭୁନନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡା ଲୋକସଭା ବାଚସ୍ପତିଙ୍କୁ ପୁଣି ଭେଟି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରି ନେବାକୁ ଅନୁରୋଧ କରିଥିଲେ । ବିଜେଡିରୁ ଇସ୍ତଫା ଦେବା ପରେ ସେ ସାଂସଦ ପଦରୁ ଇସ୍ତଫା ପତ୍ର ପଠାଇଥିଲେ । କିନ୍ତୁ ତାହା ଏଯାଏଁ ଗ୍ରହଣ ହୋଇନାହିଁ । ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ତାଙ୍କୁ ଭାବିଚିନ୍ତି ମତାମତ ଦେବାପାଇଁ ସୟୟ ଦେଇଥିଲେ । ଶେଷରେ ବୈଜୟନ୍ତ ତାଙ୍କ ଇସ୍ତଫାକୁ ଗ୍ରହଣ କରିନେବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି । ବାଚସ୍ପତି ତାଙ୍କ ଇସ୍ତଫାକୁ ଗ୍ରହଣକରି ଲୋକସଭାରେ ଘୋଷଣା କରିବା ପରେ ବୈୟୟନ୍ତଙ୍କ ସାଂସଦ ପଦ ରଦ୍ଦ ହେବ । Xanax Bars Online Cheap ଲୋକସଭା ବାଚସ୍ପତିଙ୍କୁ ସେ ଭେଟି ତାଙ୍କ ମତ ରଖିବା ପରେ ସେ ଟ୍ୱିଟକରି ଏ ବିଷୟରେ ଜଣାଇଛନ୍ତି । ସେ ଟ୍ୱିଟ୍ରେ ଦର୍ଶାଇଛନ୍ତି ତାଙ୍କ ଦଳରୁ ସେ ଆଉ ପ୍ରତିନିଧିତ୍ୱ କରୁ ନ ଥିôବାରୁ ଆଉ ଲୋକସଭା ସାଂସଦ ପଦରେ ରହିବାକୁ ଚାହୁଁନାହାଁନ୍ତି । ସେ ଦଳ (ବିଜେଡି) ତାର ମୂଳ ନୀତି ଆଦର୍ଶରୁ ବହୁ ଦୂରକୁ ଚାଲିଯାଇଛି । ଏଣୁ ସେ ଦଳକୁ ଆଉ ପ୍ରତିନିଧିତ୍ୱ କରିବାରେ ନାହିଁ । ଏଣୁ ଲୋକସଭାରୁ ତାଙ୍କର ଇସ୍ତଫାକୁ ଗ୍ରହଣ କରିନେବା ପାଇଁ ଅନୁରୋଧ କରିଛନ୍ତି । ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସେ ପାର୍ଲାମେଣ୍ଟରେ ୧୮ ବର୍ଷ ୩ ମାସ ୨ ସପ୍ତାହ ଓ ଗୋଟିଏ ଦିନ କାର୍ଯ୍ୟ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । Can You Buy Alprazolam Over The Counter ବିଜେଡି ସହ ବୈଜୟନ୍ତଙ୍କ ବିବାଦ ହେବା ପରେ ଦଳରୁ ତାଙ୍କୁ ନିଲମ୍ବିତ କରାଗଲା । କିନ୍ତୁ ଦଳ ତାଙ୍କୁ ବହିଷ୍କାର କରି ନଥିଲା । ହେଲେ ତାଙ୍କ ପିତାଙ୍କ ଦେହାନ୍ତ ପରେ ଅନ୍ତେଷ୍ଟିକ୍ରୀୟାରେ ବିଜେଡିରେ କେହି ସାମିଲ ନ ହେବା କଥାକୁ ଆଧାର କରି ବୈଜୟନ୍ତ ଦଳରୁ ଇସ୍ତଫା ଦେବା ସହ ସାଂସଦ ପଦରୁ ଇସ୍ତଫା ଦେବେ ବୋଲି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖି ଜଣାଇଥିଲେ । ଅନ୍ତେଷ୍ଟିକ୍ରୀୟା ସରିବା ପରେ ସେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେବାକୁ ଚାହୁଁଥିଲେ । କିନ୍ତୁ ବାଚସ୍ପତି ବିଦେଶ ଗସ୍ତରେ ଥିବାରୁ ସେ ତାଙ୍କ ଇସ୍ତଫା ପତ୍ର ଲୋକସଭାକୁ ପଠାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ବାଚସ୍ପତିଙ୍କୁ ଭେଟିଥିଲେ । ବାଚସ୍ପତିଙ୍କ ସହ ଆଲୋଚନା କରିଥିଲେ । ବାଚସ୍ପତିତାଙ୍କୁ ଇସ୍ତଫାର କାରଣ ପଚାରିଥିଲେ । ସେ ସବୁ ବିଷୟ ଅବଗତ କରାଇଥିଲେ । ସ୍ୱାଭିମାନରେ ଇସ୍ତଫା ଦେଇଥିବା କଥା କହିଥିଲେ । ବାଚସ୍ପତି ତାଙ୍କୁ ଭାବିବା ପାଇଁ ପରାମର୍ଶ ଦେଇଥିଲେ । ସେ ଏଥିପାଇଁ ସମୟ ମାଗିଥିଲେ । ଭାବିଚିନ୍ତି କହିବେ ବୋଲି ବାଚସ୍ପତିଙ୍କୁ କହିଥିଲେ । ବୈଜୟନ୍ତ ସମୟ ନେଇଥିବା କଥା ଜାଣିବା ପରେ ବିଜେଡି ପ୍ରତିକ୍ରୀୟାଶୀଳ ହୋଇଥିଲା । ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ଓ ମୁଖ୍ୟ ସଚେତକ ତଥାଗତ ଶତପଥୀ ବାଚସ୍ପତିଙ୍କ ନିକଟକୁ ଚିଠି ଲେଖି ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ବୈଜୟନ୍ତ ଦଳରୁ ଇସ୍ତଫା ଦେଇସାରିଥିବାରୁ ଏବଂ ସେ ଇସ୍ତଫା ନେଇ ଚିଠି ଲେଖି ସାରିଥିବାରୁ ଆଉ ବିଜେଡି ପକ୍ଷରୁ ତାଙ୍କ ଇସ୍ତଫା ପାଇଁ ବାଚସ୍ପତିଙ୍କୁ ଅବଗତ କରାଯାଉ ନାହିଁ ବୋଲି ଉଲ୍ଲେଖ କରାଯାଇଥିଲା । ଲୋକପ୍ରତିନିଧି ଆଇନ ଅନୁସାରେ ବାଚସ୍ପତି ତୁରନ୍ତ ପଦକ୍ଷେପ ନେବାକୁ ଏଥିରେ ଦର୍ଶାଯାଇଥିଲା । ବୈଜୟନ୍ତ ମଧ୍ୟ ଏଥିରେ ପ୍ରତିକ୍ରୀୟା ରଖି କହିଥିଲେ ସେ ଏ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି । ବାଚସ୍ପତିଙ୍କୁ ଲେଖି ଜଣାଇସାରିଛନ୍ତି । ସେ ତାଙ୍କ ସ୍ୱାଭିମାନକୁ ବଜାୟ ରଖିଛନ୍ତି । ବିଜେଡି ତାର ସମ୍ମାନ ବଜାୟ ରଖୁ । ଏହିପରି ଉଭୟ ପକ୍ଷଙ୍କ ଭିତରେ ଇସ୍ତଫାକୁ ନେଇ ବିବାଦ ଦେଖା ଦେଇଥିଲା । ବୁଧବାରଠାରୁ ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନ ଆରମ୍ଭ ହୋଇଛି । ମଙ୍ଗଳବାର ବୈଜୟନ୍ତ ବାଚସ୍ପତିଙ୍କୁ ଭେଟି ତାଙ୍କ ଇସ୍ତଫାକୁ ଗ୍ରହଣ କରିନେବା ପାଇଁ ଅନୁରୋଧ କରିଛନ୍ତି । http://orientafricatravel.com/wp-cron.php?doing_wp_cron=1580941678.7797288894653320312500 ନିୟମ ଅନୁସାରେ ଯେପର୍ଯ୍ୟନ୍ତ ଜଣେ ସାଂସଦ କି ବିଧାୟକ ନିଜ ପକ୍ଷରୁ ଇସ୍ତଫା ଦିଅନ୍ତି ସେତେବେଳେ ସ୍ୱଇଚ୍ଛାରେ ଦେଉଛନ୍ତି ବୋଲି ନ କହିଛନ୍ତି ସେ ପର୍ଯ୍ୟନ୍ତ ତାଙ୍କ ଇସ୍ତଫା ଗ୍ରହଣ ହୋଇ ନ ଥାଏ । ଅନ୍ୟପଟରେ ଦଳରୁ ଇସ୍ତଫା ଦେବାପରେ ଲୋକପ୍ରତିନିଧି ଆଇନ ଅନୁସାରେ ଯଦି ସମ୍ପୃକ୍ତ ବିଧାୟକ ବା ସାଂସଦ ଇସ୍ତଫା ନ ଦିଅନ୍ତି ତେବେ ଦଳ ପକ୍ଷରୁ ଏଥିନେଇ ବାଚସ୍ପତିଙ୍କୁ ଲେଖାଯାଏ । ଏ କ୍ଷେତ୍ରରେ ବୈଜୟନ୍ତ ନିଜେ ବାଚସ୍ପତିଙ୍କ ପାଖରେ ପହଞ୍ôଚ ସ୍ୱଇଚ୍ଛାରେ ଇସ୍ତଫା ଦେଇଥିବା କଥା ଅବଗତ କରାଇଥିବା ଜଣାପଡିଛି । ଏହାପରେ ବାଚସ୍ପତିଙ୍କ ଘୋଷଣାକୁ ଅପେକ୍ଷା । ବାଚସ୍ପତି ଘୋଷଣା ନ କଲା ପର୍ଯ୍ୟନ୍ତ ସଦସ୍ୟ ପଦ ହଟିବ ନାହିଁ ।

Purchase Alprazolam Cheap