୨୦୧୯ରେ ବିଜେପି ଅଧିକ ଆସନ ହାସଲ କରି ସରକାରକୁ ଆସିବ: ଅମିତ ଶାହା

0
527

ଭୁବନେଶ୍ୱର : ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ବିଜେପିର ତିନିଦିନିଆ ଜାତୀୟ କାର୍ଯ୍ୟକାରିଣୀ  । ୨୦୧୯ ସାଧାରଣ ନିର୍ବାଚନ ପାଇଁ କମର କଷୁଥିବା ବିଜେପି ନୂଆ ନାରା ଦେଇ ମଇଦାନକୁ ଓହ୍ଲାଇବ  । ଦଳ ‘ଅଜେୟ ବିଜେପି’ର ନାରା ଦେଇ ୨୦୧୪ ତୁଳନାରେ ଅଧିକ ଆସନ ହାସଲ ପାଇଁ ସଂକଳ୍ପ ନେବବୋଲି ଜାଣିବାକୁ ମିଳିଛି  ।

ଜାତୀୟ କାର୍ଯ୍ୟକାରିଣୀର ପ୍ରଥମ ସୋପାନରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତିଯେ, ୨୦୧୯ରେ ବିଜେପି ଅଧିକ ଆସନ ହାସଲ କରି ସରକାରକୁ ଆସିବ  । ଏହା ହେଉଛି ବିଜେପିର ସଂକଳ୍ପ  । ସଂକଳ୍ପ ଶକ୍ତିକୁ କେହି ବି ପରାସ୍ତ କରିପାରିବେ ନାହିଁ ବୋଲି ଶାହା କହିଛନ୍ତି  । ପ୍ରଥମ ଦଫାରେ ଶାହା ବିଭିନ୍ନ ରାଜ୍ୟର ସଭାପତି, ରାଷ୍ଟ୍ରୀୟ ପଦାଧିକାରୀ ଓ ସଂଗଠନ ସମ୍ପାଦକମାନଙ୍କ ସହ ଆଲୋଚନା କରିଥିଳେ  । ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ନିର୍ବାଚନ ନେଇ ଦଳ ଅଙ୍କ କଷିବା ସହ ରଣନୀତି ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି  । ତେଲେଙ୍ଗାନା ନିର୍ବାଚନ ଫଳାଫଳ ଆନ୍ଧ୍ର ସମେତ ଦକ୍ଷିଣ ଭାରତ ରାଜନୀତିକୁ ପ୍ରଭାବିତ କରିବାର ଥିବାରୁ ଏହା ଉପରେ ଦଳ ବିଶେଷ ଗୁରୁତ୍ୱାରୋପ କରିବ  ।

LEAVE A REPLY

Please enter your comment!
Please enter your name here