ଆଧାର ଗୋପନୀୟତା ପ।ଇଁ ଜ।ରିହେବ ଭର୍ଚୁଆଲ ଆଇଡି’

0
143


ନୂଆଦିଲ୍ଲୀ: କିଛି ଦିନ ଧରି ଆଧାର ଗୋପନୀୟତା ଉପରେ ଚର୍ଚ୍ଚା ଓ ଉଲ୍ଲଙ୍ଘନକୁ ନେଇ ଦେଖାଯାଇଥିବା ଉଦ୍‌ବେଗର ସମାଧାନ ପାଇଁ ଭାରତ ଏକକ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ଏକ ନୂଆ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଆଧାର କାର୍ଡରେ ଥିବା ବ୍ୟକ୍ତିର ଗୋପନୀୟ ତଥ୍ୟ ଯେପରି ସୁରକ୍ଷିତ ରହିବ ସେଥିପାଇଁ ପ୍ରତ୍ୟେକ ଆଧାର କାର୍ଡଧାରୀଙ୍କ ପାଇଁ ଏକ  ନୂଆ ପରିଚୟ ନମ୍ବର ଜାରି କରିଛନ୍ତି। ଏହି ନୂଆ ପରିଚୟ ନମ୍ବର ‘ଭର୍ଚୁଆଲ ଆଇଡି’ ଭାବେ ପରିଚିତ ହୋଇଛି। ବ୍ୟାଙ୍କ, ମୋବାଇଲ ସିମ୍‌, ପାନ କାର୍ଡ ଆଦି ବିଭିନ୍ନ ଆବଶ୍ୟକତା ପାଇଁ ବ୍ୟକ୍ତି ବିଶେଷ ନିଜର ୧୨ଅଙ୍କ ବିଶିଷ୍ଟ ଆଧାର ନମ୍ବର ପରିବର୍ତ୍ତେ ଏହି ‘ଭର୍ଚୁଆଲ ଆଇଡି’କୁ ଉଲ୍ଲେଖ କରିବେ। ଏହା ଦ୍ୱାରା ବ୍ୟକ୍ତି ବିଶେଷଙ୍କୁ ନିଜର ଆଧାର ବ୍ୟାଙ୍କ, ମୋବାଇଲ ସିମ୍‌, ପାନ କାର୍ଡ ଆଦି ବିଭିନ୍ନ ଆବଶ୍ୟକତା ପାଇଁ ବ୍ୟକ୍ତି ବିଶେଷ ନିଜର ୧୨ଅଙ୍କ ବିଶିଷ୍ଟ ଆଧାର ନମ୍ବର ପରିବର୍ତ୍ତେ ଏହି ‘ଭର୍ଚୁଆଲ ଆଇଡିକୁ ଉଲ୍ଲେଖ କରିବେ। ଏହାଦ୍ୱାରା ବ୍ୟକ୍ତି ବିଶେଷଙ୍କୁ ନିଜର ଆଧାର ନମ୍ବର କାହାକୁ ସେୟାର କରିବା (ଦେବାକୁ) ପଡିବ ନାହିଁ।

ଭର୍ଚୁଆଲ ଆଇଡି କ’ଣ ?

ଏହି ଭର୍ଚୁଆଲ ଆଇଡି ୧୬ଅଙ୍କ ବିଶିଷ୍ଟ। ଏହା ପରିବର୍ତ୍ତନଶୀଳ। ଜଣେ ବ୍ୟକ୍ତି ନିଜ ଇଚ୍ଛାମୁତାବକ ଭର୍ଚୁଆଲ ଆଇଡି ତିଆରି (ଜେନେରେଟ୍‌) କରିପାରିବେ। ଯେପରି ବ୍ୟାଙ୍କ ଏଟିଏମ୍‌ ପିନ୍‌ ନମ୍ବରକୁ ଗ୍ରାହକ ନିଜର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ କରୁଛି ସେହିପରି ଜଣେ ଆଧାର କାର୍ଡଧାରୀ ନିଜର ଭର୍ଚୁଆଲ ଆଇଡିକୁ ପରିବର୍ତ୍ତନ କରିପାରିବେ। ନୂଆ ଭର୍ଚୁଆଲ ଆଇଡି ଜାରି ହେବା ପରେ ପୁରୁଣା ଆଇଡି ଆପେ ଆପେ ଅଚଳ ହୋଇଯିବ। ଏହି ଭର୍ଚୁଆଲ ଆଇଡି ବ୍ୟକ୍ତିର ଆଧାର ନମ୍ବର ସହିତ ଲିଙ୍କ ହୋଇଥିବ। ୨୦୧୮ ମାର୍ଚ୍ଚ ୧ରୁ ଏହି ଭର୍ଚୁଆଲ ଆଇଡି ଜାରି କରାଯିବ। ୨୦୧୮ ଜୁନ୍‌ ୧ରୁ ଏହି ଭର୍ଚୁଆଲ ଆଇଡିକୁ ସମସ୍ତ ଏଜେନ୍ସି ବା ସେବା ପ୍ରଦାନକାରୀ ସଂସ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ। ଯେଉଁ ଏଜେନ୍ସି ବା ସଂସ୍ଥା ଏହି ଭର୍ଚୁଆଲ ଆଇଡିକୁ ଗ୍ରହଣ କରିବେ ନାହିଁ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଧାର କାର୍ଡଧାରୀମାନେ ୟୁଆଇଡିଏଆଇର ୱେବସାଇଟକୁ ଯାଇ ନିଜର ଭର୍ଚୁଆଲ ଆଇଡି ଜେନେରେଟ କରିପାରିବେ। ଏହା ନିର୍ଦ୍ଦିଷ୍ଟ ସମୟ ପାଇଁ କିମ୍ବା ବ୍ୟବହାରକାରୀ ଏହାକୁ ପରିବର୍ତ୍ତନ କରିବା ପର୍ୟ୍ୟନ୍ତ ବୈଧ ରହିବ। ଭର୍ଚୁଆଲ ଆଇଡିର ବୈଧତା ଯାଞ୍ଚ ପାଇଁ ସେବା ପ୍ରଦାନକାରୀ ସଂସ୍ଥାଙ୍କୁ ବ୍ୟକ୍ତିକୁ ନିଜର ଅଙ୍ଗୁଳି ଛାପ ଦେବାକୁ ପଡିବ। କୌଣସି ଏଜେନ୍ସି ବା ସଂସ୍ଥା  ସିଧାସଳଖ ଆଧାର ନମ୍ବର ସଂଗ୍ରହ କରିହେବ ନ।ହିଁ ।

LEAVE A REPLY

Please enter your comment!
Please enter your name here